ସଡ଼କ ଦୁର୍ଘଟଣାରେ ଜଣେ ଗୁରତର

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲେଡିବନ୍ଧ ବୁଲାଣି ଠାରେ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ, କରିନପାରି ନୁଆପଡା ଗ୍ରାମର ବଳରାମ ପ୍ରଧାନ(୨୨) ମୋହନାରେ ରହି ମିସ୍ତ୍ରୀ କାମ କରୁଥିଲେ। ବଳରାମ କୌଣସି ଏକ କାର୍ଯ୍ୟରେ ଗୋବିନ୍ଦପୁର ଯାଉଥିବା ବେଳେ ଉକ୍ତ ବୁଲାଣିରେ ଭାରସାମ୍ୟ ରକ୍ଷା କରିନପାରି ନିଜ ଗାଡି(ଓଡି ୦୭ ଏଏ ୨୫୬୭) ଏକ ଗଛକୁ ଧକ୍କା ଦେଇ ଛିଟିକି ହୋଇ ପଡିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିଲା। ଘଟଣାସ୍ଥଳରେ କିଛି ବ୍ୟକ୍ତି ଦେଖିବା ପରେ ୧୦୮ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଚିକିତ୍ସା ଅଧିକାରୀ ଡା. ପ୍ରଦୀପ ନାୟକ କହିଛନ୍ତି।

Comments are closed.