ସଡକ ଦୁର୍ଘଟଣାରେ ୨ ଯୁବକ ମୃତ

0

ଖଡିଆଳ : ନୂଆପଡା ଜିଲ୍ଲା କୋମନା ଥାନା ଅର୍ନ୍ତଗତ ଜଲମକଟା ଠାରେ ସଡକ ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଦୁଇଜଣ ବୁଦ୍ଧିକୋମନାର ଯୁକ୍ତ ୨ ପଢୁଥିବା କଲେଜ ଛାତ୍ର ବିବେକାନନ୍ଦ ବାଗ(୧୮) ଓ ରିଟନ ହଂସ(୨୦)। ଦୁଇ ଜଣ ଏକ ନୂଆ ବାଇକରେ କୌଣସି କାମରେ ଉଦ୍ୟାନବନ୍ଧ ଯାଇଥିଲେ। କାମ ସାରି ନିଜ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଜଲମକଟା ଠାରେ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Leave A Reply