ସଡକ ଦୁର୍ଘଟଣାରେ ଜଣେ ମୃତ

0

ଧର୍ମଗଡ : ଧର୍ମଗଡ-ଗୋଲାମୁଣ୍ଡା ମୁଖ୍ୟ ରାସ୍ତାର ଖଲିଆକାନି ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଉଛନ୍ତି ଖଲିଆକାନି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ୟାମ ସୁନ୍ଦର ମେହେର।

ମିଳିଥିବା ସୂଚନାନୁସାରେ, ମୃତକ ଶ୍ରୀ ମେହେର ନିଜର ବନ୍ଧୁ ସହଦେବ ଲିମଗୋଛିଆଙ୍କ ସହ ରାସ୍ତା କଡରେ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ସେଇ ରାସ୍ତା ଦେଇ ଯାଉଥିବା ଏକ ଓମିନି ଭ୍ୟାନ(ଜେଏଚ ୦୧-ଡି-୦୧୨୦) ଭାରସାମ୍ୟ ହରାଇ ଦୁଇ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଧକ୍କାରେ ଶ୍ୟାମ ସୁନ୍ଦର ମେହେରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସହଦେବ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ସହଦେବଙ୍କୁ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply