ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ଜଣେ ଗୁରୁତର, ୧୩ଆହତ

ବରଗଡ଼ : ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସମ୍ଭରଦର୍ହା ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବଦ୍ବାରା ବସ୍ ଚାଳକ ଗୁରୁତର ହୋଇଥିବାବେଳେ ବସରେ ଥିବା ୧୩ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ, କୁମ୍ଭ ନାମକ ଏକ ଗ୍ରାମରୁ ବରଗଡ଼କୁ ଆସୁଥିବା ଶ୍ରୀୟା ନାମକ ଯାତ୍ରୀବାହୀ ବସ୍ (ଓଆର ୧୭-ସି,୫୧୯୬) ଏକ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଏଥିରେ ଉଭୟ ଗାଡିର ଚାଳକଙ୍କ ସହ ୧୩ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ବରଗଡ଼ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ଗୁରୁତର ବସ୍ ଚାଳକ ଗୋବର୍ଦ୍ଧନ ସାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Comments are closed.