ସଡ଼କ ଦୁର୍ଘଟଣାରେ ୩ଗୁରୁତର, ୧୧ଆହତ

ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ-ପାଟଣାଗଡ ରାସ୍ତା କପସିପାଲି ଗାଁ ନିକଟରେ ଶନିବାର ସକାଳେ ସଡ଼କ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ୧୧ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନୁଆପଡା ଜିଲା କୋମନାର ଏକ ସଂକିର୍ତ୍ତନ ଦଳ ପିକଅପ୍ ଗାଡ଼ିରେ ପାଟଣାଗଡରୁ ଫେରୁଥିବା ବେଳେ ଚାଳକ ଭାରସାମ୍ୟ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କୋମନା ଗାଁର ମାଧବ ଘିବେଲା, କୃପାସିନ୍ଧୁ ସାହୁ, ଜଗଦିଶ ସାହୁ, ପ୍ରମୁଖ ୩ ଜଣ ଗୁରୁତର ଥିବାରୁ ଖପ୍ରାଖୋଲ ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ୧୧ଜଣ ଆହତଙ୍କୁ ଖପ୍ରାଖୋଲ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଘରକୁ ପଠେଇ ଦିଆଯାଇଥିବା ପୂଲିସ ସୁତ୍ରରୁ ଜଣାପଡ଼ିଛି। ଗାଡିରେ ପ୍ରାୟ ୨୮ ଜଣ ସଂକିର୍ତ୍ତନ କଳାକାର ଥିବା ଜଣାଯାଇଛି। ଏ ନେଇ ଖପ୍ରାଖୋଲ ଥାନା କେଶ ନଂ ୬୩/ ୧୯ ରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଚାଲିଥିବା ଥାନା ଆଇ. ଆଇ.ସି . ଜ୍ୟୋତିରଞ୍ଜନ ପତି ପ୍ରକାଶ କରିଛନ୍ତି।

Comments are closed.