ଦୁର୍ଘଟଣାରେ ମା’ ମୃତ, ନବଜାତକ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ଏସ୍. ପତ୍ରପାଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରସୂତିଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତର ନବଜାତ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ବିନିକା ଅଞ୍ଚଳର ପ୍ରସୂତି ସୁରୁ ଭଏନା ତାଙ୍କ ନବଜାତ ଶିଶୁ ସହ ଏକ କାରରେ ଯାଉଥିବା ବେଳେ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକରେ ଯାଉଥିବା ୩ଜଣଙ୍କ ମଧ୍ୟରୁ ପବନ ବାଗ ଓ ନରେଶ ବାଗଙ୍କ ମୃତ୍ୟୁ ହୋଇଛି।
ଗୁରୁତର ନବଜାତ ଶିଶୁକୁ ସମ୍ବଲପୁର ମେଡିକାଲ ଓ ଅନ୍ୟଜଣେ ଗୁରୁତର ବାଇକ ଆରୋହୀଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉତ୍ୟକ୍ତ ଜନତା କାରକୁ ଜାଳି ଦେବାସହ ନିକଟରେ ଅନ୍ୟ ଏକ କାରରେ ଥିବା ବ୍ୟକ୍ତି ଫଟୋ ଉତ୍ତୋଳନ କରୁଥିବାରୁ ତାଙ୍କ କାରକୁ ମଧ୍ୟ ଜାଳି ଦେଇଛନ୍ତି। ପ୍ରସୂତି ଜଣକ ମେଡିକାଲରୁ ନବଜାତ ସହ କାରରେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

Comments are closed.