ଅଟୋ ଓଲଟି ୮ଗୁରୁତର

ଆନନ୍ଦପୁର : କେନ୍ଦୁଝର ଜିଲା ଛେନାପଦି ହଦଗଡ଼ ରାସ୍ତାର ସଙ୍କଟପାଲିଆ ଠାରେ ଗୁରୁବାର ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ୮ଜଣ ଲୋକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ୮ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାଗ୍ରସ୍ଥ ଲୋକମାନେ ଅଟୋ ଯୋଗେ ଭଦ୍ରକରୁ ହଦଗଡ଼ ଡ୍ୟାମ୍ କୁ ବୁଲି ଆସିଥିଲେ । ବାଟରେ ଅଟୋଟି ରାସ୍ତା କଡରେ ଥିବା ଖାଲ ଭିତରେ ପଡିଯିବାରୁ ଓଲଟି ପଡିଥିଲା।

Comments are closed.