କାର ଉପରକୁ ଓଲଟିଲା ପିଆଜ ବୋଝେଇ ଟ୍ରକ୍

0

ବାଙ୍ଗୀରିପୋଷି: ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତାରେ ଥୁଆ ହୋଇଥିବା ଏକ କାର ଉପରେ ଓଲଟି ପିଡିଛି । ଫଳରେ କାରଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ଏଭଳି ଏକ ଅଭାବନୀୟ ଦୃଶ୍ୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗୀରପୋଷି ନିକଟସ୍ଥ ଦ୍ୱାରାଶୁଣି ଘାଟି ନିକଟରେ ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ଜଣାପଡିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚ ଥିବା ବେଳେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଏକ ବ୍ରକ୍ ଫେଲ ଗାଡିକୁ ସଜାଡିବା ପାଇଁ ଗାଡି ମାଲିକ ଏହି କାର ଯୋଗେ ସେଠାକୁ ଆସିଥିଲେ । କାରଟି ରାସ୍ତାରେ ଥୁଆ ହୋଇଥିବା ​‌ବେଳେ ସେହି ରାସ୍ତା ଦେଇ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ କାର ଉପରକୁ ଓଲଟି ପଡିଥିଲା। ଦୁର୍ଘଟଣାଗ୍ରସ୍ତ କାର ମଧ୍ୟରେ କେହି ଲୋକ ନଥିବା ଅନୁମାନ କରାଯାଉଛି । କାରଣ ଦୁର୍ଘଟଣା ପରେ ଘଟଣାସ୍ଥଳରେ ରକ୍ତ ଛିଟା ବା କୌଣସି ଲୋକର ଚିତ୍କାର ଶୁଣିବାକୁ ମିଳିନଥିଲା ବୋଲି ସ୍ଥାନୀୟଲୋକ କହିଛନ୍ତି ।

Leave A Reply