ସଡକ ଦୁର୍ଘଟଣାରେ ୨ଗୁରୁତର

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବଜାର ନିକଟ ୧୯ନଂ ରାଜପଥର ସାଇ ୱାସ ପଏଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ଜଣାପଡିଛି। ବାଇକରୁ ପଡି ଦୁଇ ଜଣ ଗୁରୁତର ହୋଇଛନ୍ତି। ଆହତ ଦୁଇଜଣ ଶରତ ଥାନା ଅଞ୍ଚଳର ରହିନ ମହାନ୍ତ ଓ ପରେଶ ମହାନ୍ତ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ବାରିପଦା ପିଆରେମ ମେଡିକାଲ କଲେଜକୁ ପଠାଯାଇଛି ।

Leave A Reply