ଟ୍ରକ ଧକ୍କାରେ ମଟର ସାଇକେଲ ଚାଳକଙ୍କ ମୃତ୍ୟୁ

0

ଖୁଣ୍ଟା – ମୟୁରଭଞ୍ଜ ଜିଲା ବେତନଟୀର ବଙ୍ଗଳା ଛକରେ ସଡ଼କ ଦୁର୍ଘଟଣାରେ ଜଣଙ୍କର  ମୃତ୍ୟୁ ହୋଇଛି । ଖୁଣ୍ଟା ଥାନା ମୁଟୁରୁଦା ଗ୍ରାମର ମାନସ ରାଉତ ବେତନଟୀ ଯାଇଥିବା ବେଳେ ତାଙ୍କର ମଟର ସାଇକେଲକୁ ଏକ ଟ୍ରକ ଧକା ଦେଇଥିଲା  । ଏହାପରେ ଚିକିତ୍ସାଧିନ ଅବସ୍ଥାରେ ମାନସଙ୍କର ମୃତ୍ୟୁ  ହୋଇଛି ।

ମାନସ  ଘରର ଏକମାତ୍ର ପୁଅ ହୋଇଥିବା ବେଳେ ସେ ଝାରସୁଗୁଡ଼ାରେ ଘରୋଇ କମ୍ପାନୀରେ  ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ସେ  ପୂଜା ଛୁଟିରେ ଘରକୁ  ଆସିଥିବା ବେଳେ ଆଜି ଅନ୍ୟ ଜଣଙ୍କ ସହ ମଟରସାଇକେଲ୍‌ରେ ବେତନଟୀ ଯାଇଥିଲେ । ବେତନଟୀ ବଙ୍ଗଳାଛକରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ ସହିତ ତାଙ୍କ ଗାଡି ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବାଲେଶ୍ୱର ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା।

Leave A Reply