ନଦୀରେ ଗଲା ଦୁଇ ନାବାଳକଙ୍କ ଜୀବନ

0

କେନ୍ଦ୍ରାପଡା: ନଦୀକୁ ଯାଇ ଅକାଳରେ ପ୍ରାଣ ହାରିଛନ୍ତି ଦୁଇ ନାବାଳକ । ଜଣକୁ କୁମ୍ଭୀର ଟାଣି ନେଇ ଯାଇଥିବା ବେଳେ ଅନ୍ୟ ଜଣେ ନଦୀରେ ବୁଡି ପ୍ରାଣ ହାରିଛି । ରାଜନଗର ବ୍ଲକ ଅର୍ନ୍ତଗତ ଗୋପାଳପୁର ପଞ୍ଚାୟତର ଢିହାପାରି ଗ୍ରାମର ବିଚିତ୍ର ସେଠିଙ୍କ ପୁଅ ଶ୍ରୀକାନ୍ତ ସେଠି (୧୪) ଆଜି ମଧ୍ୟାହ୍ନରେ ଗ୍ରାମ ପାଖ ହସୁଂଆ ନଦୀରେ ଗାଧୋଉଥିବା ବେଳେ ତାକୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି । ଏହା ମଧ୍ୟରେ ତିନି ଘଣ୍ଟା ବିତିଯାଇଥିଲେ ସୁଧା ପିଲାଟିର ସଂଧାନ ମିଳିନାହିଁ ।

ସେହିପରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ପରକୁଳା ପଞ୍ଚାୟତ ଅର୍ନ୍ତଗତ ନାରାୟଣ ପୁର ଗ୍ରାମର ପ୍ରଶାନ୍ତ ଦାସଙ୍କ ପୁଅ ଓମ୍ ଦାସ(୧୦) ହରିଦାସପୁର ଶନି ମନ୍ଦିରରେ ପାଣି ଢାଳିବାପାଇଁ ଚିତ୍ରୋତ୍ପଳା ନଦୀରେ ପଶି ଏକ ଢାଳରେ ପାଣି ଆଣୁଥିବା ବେଳେ ଗୋଡ ଖସିଯିବାରୁ ନଦୀର ପ୍ରବଳ ସ୍ରୋତରେ ଭାସି ଯିବାରୁ ତାର ମୃତ୍ୟୁ ହୋଇଯାଇଛି। ଗାଁଲୋକେ ନଦୀ ଭିତରୁ ବାଳକର ମୃତଦେହ ଉଦ୍ଧାର କରିଛନ୍ତି ।

Leave A Reply