ବନ୍ୟା ଦୃଶ୍ୟ ଦେଖୁଥିବା ବେଳେ ଭାସିଗଲେ

0

ଢେଙ୍କାନାଳ: ରାମିଆଳ ନଦୀରେ ଭାସି ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଉଛନ୍ତି କଙ୍କଡାହାଡ ବ୍ଳକର ଦୁଷ୍ମନ୍ତ ସିଂ (୫୦)। ମୃତକ ଜଣକ କଙ୍କଡାହାଡ ବ୍ରିଜରେ ବନ୍ୟାଜଳ ଦେଖୁଥିବା ସମୟରେ ତାଙ୍କ ଗୋଡ ଖସିଯିବାରୁ ସେ ନଦୀରେ ପଡିଯାଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ନଦୀ ଭିତରୁ ଉଦ୍ଧାର କରିଥିଲା। ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ମୃତକଙ୍କ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

Leave A Reply