ଏହି ନଦୀ ବହିଥାଏ ବିପରୀତ ଦିଗରେ

0

ଭାରତ ବର୍ଷରେ ବହୁ ପ୍ରମୁଖ ନଦୀ ରହିଛି। ଏହି ନଦୀ ଗୁଡ଼ିକ ଗୋଟିଏ ଦିଗରେ ବହିଥାଆନ୍ତି। ସେହି ଦିଗଟି ହେଉଛି ପଶ୍ଚିମରୁ ପୂର୍ବ। ମାତ୍ର ଏପରି  ନଦୀ ରହିଛି ଯାହା ପଶ୍ଚିମରୁ ପୂର୍ବକୁ ନୁହେଁ ବରଂ ପୂର୍ବରୁ ପଶ୍ଚିମକୁ ବହିଥାଏ। ବିପରୀତ ଦିଗରେ ବହୁଥିବା ଏହି ନଦୀଟି ହେଉଛି ନର୍ମଦା। ଏହି ନଦୀର ଅନ୍ୟ ଏକ ନାମ ହେଉଛି ରେବା।
ଏହି ନଦୀ ଅରବ ସାଗରେ ଯାଇ ମିଶିଛି। ନର୍ମଦା ନଦୀ ଭାରତର ମଧ୍ୟ ଭାଗରେ ପୂର୍ବରୁ ପଶ୍ଚିମ ଦିଗରେ ବହୁଥିବା ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ଏକ ମୁଖ୍ୟ ନଦୀ ଅଟେ। ଏହା ମେଖଲ ପର୍ବତର ଅମରକଣ୍ଟକ ଶିଖରୁ ବାହାରିଛି। ଏହି ନଦୀ ବିପରୀତ ଦିଗରେ ବହିବାର ଭୌଗୋଳିକ କାରଣ ହେଉଛି ନଦୀର ଉତ୍ପତ୍ତିସ୍ଥଳ (ଭାରତର ମଧ୍ୟଭାଗ )ଉଚ୍ଚା ରହିଥିବାରୁ ନଦୀଟି ପୂର୍ବରୁ ପଶ୍ଚିମ ଦିଗକୁ ବହିଛି।

Leave A Reply