ନଦୀରେ ବୁଡି ଯୁବକ ମୃତ

0

ବାଲିଚନ୍ଦ୍ରପୁର: ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଶ୍ରୀନିବାସ ଭୂଆଁ(୧୮) ବୋଲି ଜଣାପଡିଛି । ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଉଡିଆ ପଞ୍ଚାୟତ ତାଳୁଆ ଗ୍ରାମର ଶ୍ରୀନିବାସ ଆଜି କେଲୁଆ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ଝଡ ତୋଫାନ ସହ ବର୍ଷା ହୋଇଥିଲା । ଫଳରେ ସେ ନଦୀରେ ବୁଡି ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଗୋପାଳପୁର କ୍ଷେତ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇ ପୁଲିସ ପହଞ୍ଚି ଶବବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଛନ୍ତି । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

Leave A Reply