ଉଦ୍ଧବଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଲେ ରିତେଶ ଦେଶମୁଖ

ମୁମ୍ବଇ : ମହାରାଷ୍ଟ୍ରର ଉନ୍ନବିଂଶ ମୁଖ୍ୟମନ୍ତ୍ରୀଭାବେ ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ସେଣ୍ଟ୍ରାଲ୍‍ ମୁମ୍ବଇର ଶିବାଜୀ ପାର୍କରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ଠାକରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାରର ନେତୃତ୍ୱ ନେଇଛନ୍ତି। ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବଲିଉଡ଼ ଷ୍ଟାର ରିତେଶ ଦେଶମୁଖ ତାଙ୍କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି।
ସେ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଉଦ୍ଧବ ଓ ଆଦିତ୍ୟଙ୍କ ପଛପଟେ ବାଲ ଠାକରେଙ୍କର ଏକ ଫଟୋ କାନ୍ଥରେ ଝୁଲୁଥିବାର ଦେଖାଯାଇଛି। ଏବଂ ଉଭୟ ପିତା ଓ ପୁତ୍ର ଆଦିତ୍ୟ ଥିବା ଆଉ ଏକ ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ସେ ଟ୍ବିଟ୍ କରି ଲେଖିଛନ୍ତି, ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେଙ୍କୁ ମୋର ଅଭିନନ୍ଦନ ।

ସେହିଭଳି ଦ୍ବିତୀୟ ଫଟୋରେ ସେ ଟ୍ବିଟ୍ କରି ଲେଖିଛନ୍ତି, ମୋର ବନ୍ଧୁ ଆଦିତ୍ୟ ଠାକରେଙ୍କୁ ବହୁତ ବହୁତ ଅଭିନନ୍ଦନ।

Comments are closed.