ଫୋର୍ବସ୍ ଧନୀ ମହିଳା ତାଲିକାରେ ଦୁଇ ଭାରତୀୟ

0

ଆମେରିକାର ସବୁଠାରୁ ଧନୀ ମହିଳାଙ୍କ ତାଲିକାରେ ଭରତୀୟ ବଂଶୋଦ୍ଭବର ଦୁଇ ଜଣ ମହିଳା ସାମିଲ ଥିବା ଜଣାପଡିଛନ୍ତି। ଫୋର୍ବସ୍ ପତ୍ରିକା ପକ୍ଷରୁ ଗୁରୁବାର ଦିନ ଆମେରିକାର ୬୦ ଅରବପତି ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭରତୀୟ ବଂଶୋଦ୍ଭବ ନିର୍ବାହୀ ଅଧିକାରୀ ଜୟଶ୍ରୀ ଉଲାଲ ଓ ନୀରଜା ଶେଠୀଙ୍କୁ ସ୍ଥାନ ମିଳିଛି।

ତାଲିକାରେ ଜୟଶ୍ରୀ ଉଲାଲ ୧୮ତମ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୧.୩ ରବ ଡଲାର ବୋଲି ଜଣାପଡିଛି। ସେହିପରି ନୀରଜା ଶେଠୀ ୨୧ତମ ସ୍ଥାନରେ ରହିଥିବା ​‌ବେଳେ ତାଙ୍କର ସମ୍ପତ୍ତି ୧ ଅରବ ଡଲାର ବୋଲି ଆକଳନ କରାଯାଇଛି। ଏହି ତାଲିକାରେ ଟେଲିଭିଜନ୍ ଅଭିନେତ୍ରୀ କେଲି ଜେନର ପ୍ରଥମ ସ୍ଥାନରେ ରହିଛନ୍ତି।

ଜୟଶ୍ରୀ ଉଲାଲ ହେଉଛନ୍ତି ଆରିଷ୍ଟା ନେଟୱାର୍କ୍ର ସିଇଓ । ସେ ୨୦୦୮ରୁ ଅରିଷ୍ଟା ନେଟୱାର୍କ୍ ସହ ଜଡିତ ଥିବା ଜଣାପଡିଛି। ତାଙ୍କର ଜନ୍ମ ଲଣ୍ଡନରେ ହୋଇଥିବା ବେଳେ ଲାଳନ ପାଳନ ଭାରତରେ ହୋଇଥିଲା। ଫୋର୍ବସ୍ ପତ୍ରିକା ଅନୁଯାୟୀ, ଆରିଷ୍ଟା ନେଟୱାର୍କ୍ କମ୍ପାନୀରେ ଜୟଶ୍ରୀ ଉଲାଲଙ୍କ ୫% ଅଂଶ ରହିଛି।

ସେହିପରି ନୀରଜା ଶେଠୀ ଆଇଟି କନସଲଟିଂ ଆଣ୍ଡ ଆଉଟସୋର୍ସିଂ କମ୍ପାନୀ ସିନଟେଲର ଉପ-ସଭାପତି ଅଛନ୍ତି। ତାଙ୍କ ସ୍ବାମୀ ଭରତ ଦେଶାଇଙ୍କ ସହଯୋଗରେ ସେ ଏହି କମ୍ପାନୀ ଆରମ୍ଭ କରିଥିଲେ ।୧୯୮୦ରେ ଆମରିକାରେ ଏହି କମ୍ପାନୀ ଆରମ୍ଭ ହୋଇଥିଲା।

ତାଲିକା ଅନ୍ତର୍ଭୁକ୍ତ ୬୦ଜଣ ମହିଳାଙ୍କ ମୋଟ ସମ୍ପତ୍ତି ପରିମାଣ ୭୧ ଅରବ ଡଲାର ବୋଲି ଆକଳନ କରାଯାଇଛି। ପୂର୍ବବର୍ଷ ତୁଳନାରେ ସେମାନଙ୍କ ସମ୍ପତ୍ତି ପରିମାଣ ୧୭ ପ୍ରତିଶତ ବୃଦ୍ଧି ପାଇଛି।

ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିବା ୨୦ ବର୍ଷୀୟା ଟେଲିଭିଜନ୍ ଅଭିନେତ୍ରୀ କେଲି ଜେନଙ୍କ ମୋଟ ସମ୍ପତ୍ତି ୯୦ ନିୟୁତ ଡଲାର (୬ ହଜାର କୋଟି ଟଙ୍କା)ଠୁ ଅଧିକ ବୋଲି ଜଣାପଡିଛି।

Leave A Reply