ନାନ୍ଦପୁର ପଞ୍ଚାୟତରେ ଖାଉଟିଙ୍କୁ ମିଳୁଛି ପୋକରା ଓ ଗୋଡି ମିଶା ଚାଉଳ

0

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ଖାଉଟିଙ୍କୁ ମିଳୁଛି ପୋକରା, ଖୁଦ ଓ ଗୋଡି ମିଶା ଚାଉଳ । ଏହାକୁ ନେଇ ଖାଉଟିମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଚଳିତମାସ ପୂର୍ବପରି ନିମ୍ନମାନର ଚାଉଳ ବଣ୍ଟନ କରାଯିବାରୁ  ଖାଉଟିଧାରୀମାନେ ଉକ୍ତ ପୋକରା ଓ ଗୋଡି ମିଶା ଚାଉଳକୁ ଆଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଢାଳିଛନ୍ତି । ପଞ୍ଚାୟତରେ କାର୍ଯ୍ୟନିର୍ବିାହି ଅଧିକାରୀ ଅନୁପସ୍ଥିତ ଥିବାରୁ ତାଙ୍କର କୈାଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ବ୍ଲକ ଖାଉଟି ଅଧିକାରୀ(ଏମ.ଆଇ)ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିପାରି ନଥିଲା । ଏପରିକି ଖାଉଟି ସାମଗ୍ରୀ ବଣ୍ଟନ କରୁଥିବା ଜୈନିକ ଡିଲରଙ୍କୁ ପଚାରିବାରୁ ଆମକୁ ପିଡିଏସ ସାମଗ୍ରୀ ଯାହା ମିଳିଛି ବଣ୍ଟନ କରୁଛୁ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଖାଉଟିମାନଙ୍କୁ ସୁବିଧାରେ ଯୋଗାଇ ଦିଆଯାଉଥିବା ପିଡିଏସ ସାମଗ୍ରୀ କିପରି ସଫଳ ରୂପରେଖ ନେଉଛି ତାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଉକ୍ତ ପଞ୍ଚାୟତରେ । ଏପରି ନିମ୍ନମାନର ସାମଗ୍ରୀ ବଣ୍ଟନକୁ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି କରଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହାର କିପରି ତଦାରଖ କରୁଛନ୍ତି ତାହା ସିଧାସଳଖ ଭାବେ ବାରି ହୋଇ ପଡୁଛି ।

Leave A Reply