ଜିରା ରାଇସ୍‍

0

ଆବଶ୍ୟକ ସାମଗ୍ରୀ
ଚାଉଳ – ୨୫୦ ଗ୍ରାମ
ଗୋଟା ଜିରା – ୨ ଚାମଚ
ଲବଙ୍ଗ – ୨ଟି
ଗୁଜୁରାତି – ୧ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ଘିଅ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ପାଣି ନେଇ ସେଥିରେ ଚାଉଳକୁ ପକାଇ ୨୦ ମିନିଟ ବତୁରାଇ ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ ଓ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଏଥିରେ ସାମାନ୍ୟ ଲୁଣ, ୨ଟି ଲବଙ୍ଗ, ୧ଟି ଗୁଜୁରାତି ଓ ୧ ଚାମଚ ଘିଅ ପକାଇ ବତୁରାଇଥିବା ଚାଉଳକୁ ପକାନ୍ତୁ। ଏହାକୁ ୫ରୁ ୮ମିନିଟ ଫୁଟାଇବା ପରେ ଗାଳି ଦେଇ ଏକ ପାତ୍ରରେ କାଢି ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାନ୍ତୁ। ଏଥିରେ ଘିଅ ଗରମ କରି ୨ ଚାମଚ ଜିରା ପକାନ୍ତୁ।

ଏହା ପରେ ପାତ୍ରରେ ରଖିଥିବା ଭାତ ପକାଇ କିଛି କଟା ଧନିଆ ପତ୍ର, ସାମାନ୍ୟ ଲୁଣ ପକାଇ ୧ ମିନିଟ ଭଲ ଭାବେ ଗୋଳାନ୍ତୁ ଓ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜିରା ରାଇସ୍‍।

Leave A Reply