ସମାଜ ପ୍ରଭାବ – କ୍ଷେତ୍ର ପରିଦର୍ଶନ କଲେ କୃଷି ବିଭାଗ ଓ ଆର.ଆଇ

ସମାଜ ପ୍ରଭାବ - କ୍ଷେତ୍ର ପରିଦର୍ଶନ କଲେ କୃଷି ବିଭାଗ ଓ ଆର.ଆଇ

ଆରଡି: ଆଷାଢ ଯାଇ ଶ୍ରାବଣ ହେଲା ମୈାସୁମୀ ବର୍ଷା ଯେପରି ଉଭାନ ହୋଇଯାଇଛି। ଫଳରେ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ତେନ୍ତୁଲିଡିହ, ଓଳଗ, ସୁନ୍ଦରପୁର, ଭୂଇଁବୃତ୍ତି ଆଦି ପଞ୍ଚାୟତରେ ଚଳିତ ସାରଦ ଧାନତଳି କ୍ଷେତ ଶୁଖି ଫାଟି ଆଁ କରିଛି। ଏପରି ଖବର ଦୈନିକ ସମାଜରେ ଗତ ଶୁକ୍ରବାର ଖବର ପ୍ରକାଶ ପାଇବା ପରେ ଶନିବାର ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶ କ୍ରମେ କୃଷି ବିଭାଗର ବ୍ଲକ ଅଧିକାରୀ ଦେବସ୍ମିତା ମିଶ୍ର , ଗ୍ରାମ୍ୟ କୃଷି କର୍ମଚାରୀ ରଞିତା ପଣ୍ଡା ଓ ଆରଡି ରାଜସ୍ୱ ନୀରିକ୍ଷକ ଅଧିକାରୀ ଦେବାଷିଶ ରାୟ ଚାନ୍ଦବାଲି ତଳିଆ ଅଞ୍ଚଳର ବହୁ ଧାନ କ୍ଷେତକୁ ଯାଇ ଅନୁଧ୍ୟାନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। 

 

ଏହି ସଂକ୍ରାନ୍ତରେ କ୍ଷେତ୍ର ପରିର୍ଦଶନ ନିମନ୍ତେ ଆସିଥିବା ଆରଡି ରାଜସ୍ୱ ନୀରିକ୍ଷକ ଶ୍ରୀ ରାୟଙ୍କୁ ପଚାରୀବାରୁ ବର୍ଷା ଅଭାବରୁ ବହୁ କ୍ଷେତ ଫାଟିଆଁ କରିବା ସହ ଧାନ ତଳି ଉଜୁଡି ଯିବାକୁ ବସିଛି ଯଦି ଆଗାମୀ ଦିନେ ଦୁଇଦିନ ମଧ୍ୟରେ ବର୍ଷା ନହୁଏ ତାହାଲେ ବହୁ ଧାନତଳି ନଷ୍ଟ ହେବ ବୋଲି ପ୍ରକାଶ କରିଥିଲେ। 

Comments are closed.