ରାଷ୍ଟ୍ରପତି ଭବନରେ ଧ୍ୱଜା ଅବତରଣ ଉତ୍ସବ ଅନୁଷ୍ଠିତ

0

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନ ନକଟରେ ଥିବା ବିଜୟ ଚୌକରେ ମଙ୍ଗଳବାର ଧ୍ୱଜା ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ର ଦିବସରେ ଉତ୍ତୋଳିତ ତ୍ରିରଙ୍ଗା ଧ୍ୱଜାକୁ ମଙ୍ଗଳବାର ଅବତରଣ କରାଯାଇଛି। ବିଭିନ୍ନ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ଗୋଟିଏ ଦିନରେ ପତାକା ଉତ୍ତୋଳନ ଓ ଅବତରଣ କରାଯାଇଥାଏ। କେବଳ ରାଷ୍ଟ୍ରପତି ଭବନରେ ପତାକା ଉତ୍ତୋଳନର ତିନି ଦିନରେ ଅବତରଣ କରାଯାଇଥାଏ। ଏହାକୁ ଧ୍ୱଜା ଅବତରଣ ଉତ୍ସବ ବୋଲି କୁହାଯାଏ।

curtesy – DNA India

ଏହି ଅବସରରେ ରାଷ୍ଟ୍ରପତି ଭବନ, ଦକ୍ଷୀଣ ଭାଗ ଓ ଉତ୍ତର ଭାଗକୁ ରଙ୍ଗବେରଙ୍ଗ ଆଲୋକମାଳା ଦ୍ୱାରା ସୁସଜ୍ଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ଜଳ, ସ୍ଥଳ ଓ ବାୟୁ ସେନାର ସ୍ୱତନ୍ତ୍ର ବ୍ୟାଣ୍ଡ ଧ୍ୱନୀ ଦ୍ୱାରା ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ସେନା ନିଜର କାର୍ଯ୍ୟକ୍ଷେତ୍ରକୁ ଫେରିବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁମତି ମାଗିଥାନ୍ତି।

courtesy – IBTimes India

ସୂଚନାଯୋଗ୍ୟ ଯେ ରାଜତନ୍ତ୍ର ଶାସନ ସମୟରେ ଯୁଦ୍ଧକୁ ବିରାମ ଦେବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ଥର ସାରା ଜାହାଁ ସେ ଆଚ୍ଛା ସଙ୍ଗୀତ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମାପ୍ତ ହୋଇଥିଲା।

Leave A Reply