ବଳାତ୍କାର ପରେ ପ୍ରାୟଶ୍ଚିତ କଲେ ଯବାନ

0

କନ୍ଧମାଳ: ଘୁ. ଉଦୟଗିରି ଥାନାର ଜଣେ ଗୃହରକ୍ଷୀଙ୍କୁ ବଳାତ୍କାର କରିଥିବା ଯବାନ ଟୁଲୁ ପ୍ରଧାନ ପାପର ପ୍ରାୟଶ୍ଚିତ କରିଛନ୍ତି । ଯବାନ ଟୁଲୁ ପ୍ରଧାନ ପୀଡିତାଙ୍କୁ ପତ୍ନୀ ରୂପେ ସ୍ବୀକାର କରିଛନ୍ତି । ଉଭୟ ପରିବାର ବର୍ଗ ଓ ପୁଲିସ ଉପସ୍ଥିତିରେ ଉଦୟଗିରି ସ୍ଥିତ ଏକ ତାରିଣୀ ମନ୍ଦିରରେ ଗତକାଲି ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି ।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଭୋର୍ ସମୟରେ ଯବାନ ଟୁଲୁ ପ୍ରଧାନ ଘୁ. ଉଦୟଗିରି ଥାନାରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ଘରେ ପହଞ୍ଚି ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ଯବାନ ଟୁଲୁ ପ୍ରଧାନଙ୍କୁ ଅଟକ ରଖିଥିଲା। ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା ।

Leave A Reply