୧୦ଲକ୍ଷ ହ୍ୟାଣ୍ଡ ଗ୍ରେନେଡ କିଣିବ ଭାରତ

0

ନୂଆଦିଲ୍ଲୀ : ଭାରତୀୟ ପଦାତିକ ବାହିନୀ ଯବାନଙ୍କ ପାଇଁ ୧୦ଲକ୍ଷ ହ୍ୟାଣ୍ଡ ଗ୍ରେନେଡ କିଣାଯିବ। ଏ ବାବଦରେ ୫୦୦କୋଟି ଟଙ୍କା ଖର୍ଚ୍ଚ କରାଯିବା ଯୋଜନା ହୋଇଛି। ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାରେ ପ୍ରସ୍ତୁତ ଏହି ଗ୍ରେନେଡ ଭାରତୀୟ କମ୍ପାନୀଠାରୁ କିଣାଯିବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତ ପ୍ରସ୍ତାବ ସମ୍ପ୍ରତି କେନ୍ଦ୍ର ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି। ଖୁବ୍‌ ଶୀଘ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା କ୍ରମ କମିଟି ବୈଠକରେ ଏହା ଅନୁମୋଦନ ଲାଭ କରିବ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ୭୦୦କୋଟି ଟଙ୍କା ବ୍ୟୟରେ ୭୫ହଜାର ଆସଲ୍ଟ ରାଇଫଲ କ୍ରୟ ପାଇଁ ଆମେରିକୀୟ ସଂସ୍ଥା ସହିତ ବୁଝାମଣା ସ୍ବାକ୍ଷର ହେବାର ଯୋଜନା ରହିଛି।

Leave A Reply