ବାତ୍ୟା ବିପନ୍ନଙ୍କୁ ‘ସିଫା’ ପକ୍ଷରୁ ରିଲିଫ୍‍ ବଣ୍ଟନ

ପିପିଲି : ପ୍ରଳୟଙ୍କରୀ ବାତ୍ୟା ‘ଫନିି’ ଦ୍ୱାରା କ୍ଷତିଗ୍ରସ୍ତ ପୁରୀ ଜିଲା ନିମାପଡା ବ୍ଳକ ଅନ୍ତର୍ଗତ ତରବୋଇ ଶାସନ, ବେରବୋଇ, ଦଣ୍ଡିପୁର ଓ କାଶିଆ ଗ୍ରାମରେ ସିଫା ବୈଜ୍ଞାନିକ ଫୋରମ ପକ୍ଷରୁ ୩ଶହ ବାତ୍ୟା ବିପନ୍ନ ପରିବାରକୁ ରିଲିଫ ବଣ୍ଟନ କରାଯାଇଛି। ରିଲିଫ ପ୍ୟାକେଟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯଥା ଶାଢ଼ି, ଗାମୁଛା, ବିସ୍କୁଟ୍‍, ସର୍ଫ, ଶୋଲାର ଟର୍ଚ୍ଚ ଲାଇଟ୍‍ , ସାନିଟାରୀ ନାପକିନି, ଅମୂଲ ଏବଂ • ପ୍ୟାକେଟ ରହିଛି। ଏଥିସହ ଉକ୍ତ ୪ଗ୍ରାମର ବିପନ୍ନ ପରିବାରକୁ ମଧ୍ୟ ସିଫା ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ସିଫାର ନିର୍ଦ୍ଦେଶିକା ଡ଼ଃ ବିନ୍ଦୁ ଆର. ପିଲାଇ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଇ.ବି. କୁମାର, ସିଫା ବୈଜ୍ଞାନିକ ଫୋରମର ସଭାପତି ତଥା ପ୍ରମୁଖ ବୈଜ୍ଞାନିକ ଡ଼ଃ ସରୋଜ କୁମାର ସ୍ୱାଇଁ, ଫୋରମର ସେକ୍ରେଟାରୀ ତଥା ପ୍ରମୁଖ ବୈଜ୍ଞାନିକ ଡ଼ଃ ପି. ରାଉତରାୟ, ପ୍ରମୁଖ ବୈଜ୍ଞାନିକ ଡ଼ଃ ପ୍ରମୋଦ କୁମାର ସାହୁ, ଡ଼ଃ ଜେ.ମହାନ୍ତି, ଡ଼ଃ ଆଶିଷ ସାହା, ଡ଼ଃ ମ୍ରିନାଲ ସାମନ୍ତଙ୍କ ଉପସ୍ଥିତିରେ ଏହି ରିଲିଫ ବଣ୍ଟନ କରାଯାଇଥିଲା।ଏହି ରିଲିଫ୍‍ ନିମନ୍ତେ ‘ସିଫା’ର ବୈଜ୍ଞାନିକମାନେ ସେମାନଙ୍କର ଦିନକର ଦରମା ଦାନ କରିଥିବା ସୂଚନା ମିଳିଛି। ଏଥିପାଇଁ ବିପନ୍ନଙ୍କ ପକ୍ଷରୁ ସିଫା କର୍ତ୍ତୁପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Comments are closed.