ଶାବରୀମାଳା ବିବାଦ: ରେହାନା ଫତିମା ଗିରଫ

0

କୋଚି : ଶାବରୀମାଳାସ୍ଥିତ ଆୟାପ୍ପା ମନ୍ଦିରରେ ପ୍ରବେଶ ଉଦ୍ୟମ କରି ସାମାଜିକ କର୍ମୀ ରେହାନା ଫତିମା ମଙ୍ଗଳବାର ଗିରଫ ହୋଇଛନ୍ତି। ରେହାନା ସାମ୍ପ୍ରଦାୟିକ ବିଦ୍ୱେଶ ସୃଷ୍ଟି କରୁଥିବା ସମ୍ପର୍କରେ ରାଧାକୃଷ୍ଣ ମେନନ୍‍ ଅଭିଯୋଗ କରିଥିଲେ। ମେନନ୍‍ ରେହାନାଙ୍କର କିଛି ଫେସ୍‍ବୁକ୍‍ ପୃଷ୍ଠା ଅବତାରଣା ପୂର୍ବକ ଏହି ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ବିଏସ୍‍ଏନ୍‍ଏଲରେ କାର୍ଯ୍ୟରତ ୩୨ବର୍ଷୀୟା ରେହାନାଙ୍କୁ ପୁଲିସ କୋଚି ଅନ୍ତର୍ଗତ ପାଲାରିଭଟ୍ଟମସ୍ଥିତ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିବା ପରେ ପାଥାନାମାଥିଟାକୁ ପଚରାଉଚୁରା ପାଇଁ ନେଇଛି। ରେହାନା ପୂର୍ବରୁ ମଧ୍ୟ କିଛି ମହିଳାଙ୍କ ସହିତ ଆୟାପ୍ପା ମନ୍ଦିରରେ ପ୍ରବେଶ ଉଦ୍ୟମ କରି ବିଫଳ ହୋଇଥିଲେ। ସେ ଅକ୍ଟୋବର ୧୯ରେ ହାଇଦରାବାଦର ସାମ୍ବାଦିକ କବିତାଙ୍କ ସହିତ ଶାବରୀମାଳା ପର୍ବତ ଉପରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ଏହା ବ୍ୟତୀତ ଗିରଫ ଆଶଙ୍କାରେ ସେ ହାଇକୋର୍ଟରୁ ଆଗୁଆ ଜାମିନ ଲୋଡ଼ିଥିଲେ ଯାହା ଖାରଜ ହୋଇଯାଇଥିଲା। ରେହାନା ୨୦୧୪ରେ ‘କିସ୍‍ ଅଫ ଲଭ୍‍’ ଅଭିଯାନରେ ସମ୍ପୃକ୍ତ ହୋଇ ଚର୍ଚ୍ଚାକୁ ଆସିଥିଲେ।

Leave A Reply