ଭାରତୀୟ ବଜାରକୁ ଆସିଲା ଜିଓମିର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ‘ରେଡମି ଗୋ’

0

ନୂଆଦିଲ୍ଲୀ : ଚୀନର ସ୍ମାର୍ଟପୋନ କମ୍ପାନୀ ତାର ସବୁଠାରୁ ଶସ୍ତା ଏବଂ ପ୍ରଥମ ଆଣ୍ଡ୍ରଏଡ ସ୍ମାର୍ଟଫୋନ ‘ରେଡମି ଗୋ’ ଭାରତରେ ଲଞ୍ଚ କରିଛି। ଏହି ଫୋନ ମଙ୍ଗଳବାର(୧୯ମାର୍ଚ୍ଚ) ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି।
କହିରଖୁଛୁ, ଏହି ଫୋନକୁ ଚଳିତ ବର୍ଷ ଜାନୁଆରୀରେ ୟୁରୋପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଥିଲା।
ଜିଓମି ରେଡମି ଗୋରେ ୫ଇଞ୍ଚର ଏଚଡି ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୭୨୦/୧୨୮୦ପିକ୍ସଲ ରହିଛି। ଏହାବ୍ୟତୀତ ଏହି ଫୋନରେ କ୍ବାଲାକମର ସ୍ନାପଡ୍ରାଗନ ୪୨୫ପ୍ରୋସେସର ରହିଛି। ଏଥିରେ ଗ୍ରାଫିକ୍ସ ପାଇଁ ୩୦୮ଜିପିୟୁ ମିଳିବ।

courtesy-hindustan times

ରେଡମି ଗୋରେ ୧ଜିବି ରାମ ଏବଂ ୮ଜିବି ଷ୍ଟୋରେଜ ରହିଛି। ଯାହାକୁ ମେମୋରି କାର୍ଡ ସାହାଯ୍ୟରେ ୧୨୮ଜିବି ପର୍ୟ୍ୟନ୍ତ ବଢାଇପାରିବେ। ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ୮ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଯାହାର ଅଫର୍ଚର ଏଫ୍/୨.୦ରହିଛି। ସେହିଭଳି ଏହାର ଆଗପଟ କ୍ୟାମରୋ ୫ମେଗାପିକ୍ସେଲ। ଯାହାର ଅଫର୍ଚର ଏଫ୍/୨.୨ରହିଛି।

courtesy-the verge

ଏଥିରେ ୩ହଜାର ଏମ୍ଏଚର ବ୍ୟାଟେରି ରହିଛି ଏବଂ ସଂଯୋଗ ପାଇଁ ଫୋନରେ ଡୁଆଲ ସିମ ସପୋର୍ଟ, ମାଇକ୍ରୋ ୟୁଏସବି ପୋର୍ଟ, ୱାଇ-ଫାଇ, ବ୍ଲୁଟୁଥ ୪.୨ ଏବଂ ୪ଜି ଏଲଟିଇ ସପୋର୍ଟ ମିଳିବ। ଫୋନରେ ୩.୫ଏମ୍ଏମର ହେଡଫୋନ ଜ୍ୟାକ୍ ରହିଛି। ଏହି ଫୋନରେ ଆପଣ ଏକାସହିତ ଦୁଇଟି ସିମ୍ କାର୍ଡ ଏବଂ ଗୋଟିଏ ମେମୋରି କାର୍ଡ ବ୍ୟବହାର କରିପାରିବେ।

courtesy-times now

ଏହି ଫୋନର ମୂଲ୍ୟ ୪ହଜାର ୪୯୯ଟଙ୍କା। ଫୋନର ବିକ୍ରି ୨୨ମାର୍ଚ୍ଚରୁ ଅନଲାଇନ୍ ଷ୍ଟୋର ଫ୍ଲିପକାର୍ଟ, ଏମ୍ଆଇ ହୋମ ଏବଂ ଏମଆଇ ଷ୍ଟୋରରେ ହେବ।

Leave A Reply