ତୋଫାପଣ ପାଇଁ ଖାଆନ୍ତୁ ନାଲି ରଙ୍ଗର ଫଳ

ନିୟମିତ ଆମେ ଖାଦ୍ୟ ତାଲିକାରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ସାମିଲ କରିଥାଉ । ଏହି ସବୁ ପନିପରିବା ବିଭିନ୍ନ ରଙ୍ଗର ମଧ୍ୟ ହୋଇଥାଏ । ସବୁ ରଙ୍ଗର ଫଳ ଓ ପନିପରିବାର ଅଲଗା ଅଲଗା ମହତ୍ତ୍ବ ରହିଛି । ଯାହା ଶରୀର ପୋଷକ ତ୍ବତ୍ତ୍ବ ଦେବା ସହ ଚେହେରାକୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ ।

ନାଲି ରଙ୍ଗର ଫଳ ଯଥା: ଡାଳିମ୍ବ, ତରଭୁଜ, ଟମାଟର, ସେଓ, ପାଚିଲା ଅମୃତଭଣ୍ଡା, ଗାଜର, ଷ୍ଟ୍ରବେରୀ, ରସବେରୀ, ବିଟ୍, ଚେରୀ ଓ କ୍ରାନବେରୀ।

ଏହାକୁ ନିୟମିତ ଖାଇବା ଦ୍ବାରା ରଙ୍ଗ ସଫା ହେବା ସହ ତ୍ବଚା ଉଜ୍ବଳ ହୋଇଥାଏ ।

ନାଲି ରଙ୍ଗର ଫଳ ହୃଦୟକୁ ସୁସ୍ଥ ରଖିଥାଏ ।

ଆଖି ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ।

ରକ୍ତ ସଞ୍ଚାଳନ ନିୟନ୍ତ୍ରିତ ରହିଥାଏ ।

ଡାଳିମ୍ବରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କର୍କଟ ରୋଗରୁ ରକ୍ଷା କରେ ।

ପ୍ରତିଦିନ ସେଓ ଖାଇବା ଦ୍ବାରା ମଧୁମେହ ରୋଗର ଆଶଙ୍କା କମ୍ ରହିଥାଏ ।

ବିଟ୍ ଶରୀରରେ ରକ୍ତର ମାତ୍ରା ବଢାଇବାରେ ସାହଯ୍ୟ କରିଥାଏ ।

ଷ୍ଟବେରୀ ଭରପୂର ମାତ୍ରାରେ ରହିଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

Comments are closed.