କାରରୁ ୧୦ ଲକ୍ଷ ଟଙ୍କା ଜବତ, ନିର୍ବାଚନ ବିଧି ଉଲଂଘନ ଅଭିଯୋଗରେ ୨ ଗିରଫ

0

ରାୟଗଡ଼ା : ଗୁରୁବାର ରାୟଗଡା ଜିଲାରେ ଏକ କାର ମଧ୍ୟରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ନିର୍ବାଚନ ବିଧି ଉଲଂଘନ ମାମଲାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ସୂଚନାଯୋଗ୍ୟ, ରାୟଗଡ଼ାରୁ କେକେ ନଗର ଯାଉଥିବା ଏକ କାରକୁ କତାପେଟା ନିକଟରେ ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଧରିଥିଲା । ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଯାଞ୍ଚ ପରେ କାର ମଧ୍ୟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କପା ବ୍ୟବସାୟୀ ଓ ଅନ୍ୟ ଜଣେ କପା ଚାଷୀଙ୍କୁ ପେମେଣ୍ଟ କରିବା ପାଇଁ ଯାଉଥିଲେ ବୋଲି ସଫେଇ ଦେଇଛନ୍ତି । ପୁଲିସ ଉଭୟଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ ଟଙ୍କା କେଉଁଠୁ ଆସିଲା ସେନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ।

Leave A Reply