ବାଦାମ ଓ ବୁନ୍ଦି ରାଇତା

ଆବଶ୍ୟକ ସାମଗ୍ରୀ :

ବାଦାମ ମଞ୍ଜି – ଦେଢ କପ

ବୁନ୍ଦି – ୧କପ

ଦହି – ୨କପ

ଜିରା ପାଉଡର – ୧ଚାମଚ

ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ

ଲଙ୍କା ଗୁଣ୍ଡ – ସ୍ବାଦ ଅନୁସାରେ

ଲୁଣ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଗ୍ୟାସରେ ପ୍ୟାନ ବସାଇ ଗରମ କରନ୍ତୁ। ତାପରେ ପ୍ୟାନରେ ବାଦାମ ମଞ୍ଜି ପକାଇ ଅଳ୍ପ ଭାଜି ଦିଅନ୍ତୁ। ବାଦାମ ମଞ୍ଜି ଭାଜିବା ପରେ ତାକୁ ଏକ ପାତ୍ରକୁ କାଢି ରଖି ଦିଅନ୍ତୁ। ତାପରେ ଏକ ପାତ୍ରରେ ଦହି ନେଇ ଘାଣ୍ଟନ୍ତୁ। ଦହି ମୋଟା ରହିବା ଆବଶ୍ୟକ। ତାପରେ ଦହିରେ ବାଦାମ ମଞ୍ଜି, ବୁନ୍ଦି, ଲଙ୍କା ଗୁଣ୍ଡ, ଜିରା ପାଉଡର ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହା ଉପରେ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବାଦାମ ଓ ବୁନ୍ଦି ରାଇତା।

Comments are closed.