ସେଓ ଓ ବାଦାମ ଚାଟ୍

ଆବଶ୍ୟକ ସାମଗ୍ରୀ :

ପେସ୍ତା ବାଦାମ – ଏକ କପ୍

ସବୁଜ ସେଓ  – ୧ଟି

ଲାଲ ସେଓ – ୧ଟି

କଳା ଲୁଣ – ସ୍ବାଦ ଅନୁଯାୟୀ

ପୁଦିନା ପତ୍ର – ୪ରୁ ୫ଟି

ଅଲିଭ ଅଏଲ – ୧ ଚାମଚ

ଲଙ୍କା ଗୁଣ୍ଡ – ୧ ଚାମଚ

ଲେମ୍ବୁ ରସ – ୧ ଚାମଚ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଦୁଇ ପ୍ରକାରର ସେଓକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାପରେ ଏକ ପାତ୍ର ନେଇ ସେଥିରେ ପେସ୍ତା ବାଦାମ, କାଟିଥିବା ସେଓ, ଅଲିଭ ଅଏଲ, କଳା ଲୁଣ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ତାପରେ ସେଥିରେ କାଟି ଥିବା ପୁଦିନା ପତ୍ର, ଲଙ୍କା ଗୁଣ୍ଡ ଓ ଲେମ୍ବୁ ରସ ପକାଇ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ସେଓ ଓ ବାଦାମ ଚାଟ୍।

ଆପଣ ଚାହିଁଲେ ଏଥିରେ ଚାଟ୍‌ ମସଲା ପକାଇ ପାରିବେ।

Comments are closed.