‘ରିଅଲମି ୩ଆଇ’ର ବଜାର ପ୍ରବେଶ

ନୂଆ ଦିଲ୍ଲୀ : ରିଅଲମି ଭାରତୀୟ ବଜାରରେ ତାର ନୂଆ ସ୍ମାର୍ଟଫୋନ ରିଅଲମି ୩ଆଇ ଲଞ୍ଚ କରିଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏହି ଫୋନକୁ ଲଞ୍ଚ କରାଯାଇଛି। ‘ରିଅଲମି ୩ଆଇ’ର ୩ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ଫୋନର ମୂଲ୍ୟ ୭ ହଜାର ୯୯୯ ଟଙ୍କା। ଏହାର ୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜର ମୂଲ୍ୟ ୯ହଜାର ୯୯୯ଟଙ୍କା।

pic courtesy-The Economic Times

ଏହାର ବିଶେଷତ୍ବ ବିଷୟରେ କହିଲେ ଏଥିରେ ନଞ୍ଚ ଡ଼ିସପ୍ଲେ ସହିତ ବଡ଼ ବ୍ୟାଟେରୀ ଦିଆଯାଇଛି। ଏହି ଫୋନରେ ୬.୨୨ ଇଞ୍ଚର ଏଚଡି ପ୍ଲସ ନଞ୍ଚ ଡ଼ିସପ୍ଲେ ରହିଛି। ଏହାବ୍ୟତୀତ ଏଥିରେ ମିଡ଼ିଆ ହିଲିଓ ପି-୬୦ ପ୍ରୋସେସର ସହିତ ୩ଜିବି/୪ଜିବି ରାମ ସହିତ ୩୨ ଜିବି/୬୪ ଜିବି ଷ୍ଟୋରେଜ ମିଳିବ।
ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ ମେଗାପିକ୍ସେଲର ଏବଂ ଅନ୍ୟଟି ୨ ମେଗାପିକ୍ସେଲର ରହିଛି। ଏଥିରେ ୧୩ମେଗାପିକ୍ସେଲର ଆଗପଟ କ୍ୟାମେରା ଏବଂ ୪ହଜାର ୨୩୦ ଏମଏଚର ବ୍ୟାଟରୀ ଦିଆଯାଇଛି।

Comments are closed.