ବହି ପଢନ୍ତୁ, ଅବସାଦ ମୁକ୍ତ ରୁହନ୍ତୁ

0

ଟିଭି, ଇଣ୍ଟରନେଟ୍ ଯୁଗରେ ଲୋକେ ବହି ପଢ଼ିବା କଥା ଏକରକମ ପାସୋରିଗଲେଣି କହିଲେ ଚଳେ। ବର୍ତ୍ତମାନ ଅଧିକାଂଶ ବୟସ ଓ ବର୍ଗର ବ୍ୟକ୍ତି ସ୍ମାର୍ଟଫୋନ୍ କିମ୍ବା ଟ୍ୟାବ୍‌‌ରେ ଇ-ବୁକ୍ ପଢ଼ିବାକୁ ପସନ୍ଦ କରୁଛନ୍ତି। ତେବେ ବହିର ଫର୍ଦ ଲେଉଟାଇବାର ନିଆରା ଅନୁଭୂତି ସେଥିରୁ ମିଳିନଥାଏ ବୋଲି ୩୧ ବର୍ଷୀୟ ଯୁବ ଇଂଜିନିୟର ଶେଫାଲୀ ଶାହ କହିଛନ୍ତି। ଏଇ କିଛି ମାସ ତଳେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ବର୍ତ୍ତମାନ ୬%ରୁ କମ୍ ଲୋକେ ପୁସ୍ତକ ପଢ଼ୁଛନ୍ତି। ଏପରିକି ଆଜିକାଲି ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏଇ ଟ୍ୟାବ୍ ଓ ଲ୍ୟାପଟପ୍‌ ଜରିଆରେ ହିଁ ଅନ୍-ଲାଇନ୍ ଶିକ୍ଷା ଦିଆଯାଉଛି।

କିଛି ଟିପ୍ସ
• ପୁସ୍ତକର ଚାହିଦା କମିନାହିଁ ସତ, କିନ୍ତୁ ଏବେ କେତେକଙ୍କ ମତରେ ଘରେ ସଂଖ୍ୟାଧିକ ପୁସ୍ତକ ରଖିବା ପରିବର୍ତ୍ତେ ଇ-ବୁକ୍‌ରେ ସେଗୁଡ଼ିକ ବର୍ଷବର୍ଷ ସଂରକ୍ଷିତ ରଖିପାରିବେ।
• ଟ୍ୟାବ୍ କିମ୍ବା ଲ୍ୟାପଟପରେ ଇ-ବୁକ୍ ପଢ଼ିଲେ ଆଖି ଖରାପ ହେବାର ଭୟ ରହିଛି। ଏହା ସହ ଘଣ୍ଟାଘଣ୍ଟା ଧରି ଗୋଟିଏ ଯନ୍ତ୍ର ସମ୍ମୁଖରେ ବସିବା ମଧ୍ୟ ଶରୀର ପାଇଁ ହାନିକାରକ। ଏଣୁ ଏଥିରୁ ବର୍ତ୍ତିବାର ଉପାୟ ହେଉଛି ପୁସ୍ତକକୁ ଆପଣେଇନେବା।
•ଏବେ ଅଧିକାଂଶ ବୟସ୍କ ଆଲଜାଇମର୍, ଡିମେନ୍‌ସିୟାରେ ଆକ୍ରାନ୍ତ ହେଉଛନ୍ତି। ନିୟମିତ ଭାବେ ପୁସ୍ତକ ପଢ଼ୁଥିବା ଲୋକଙ୍କର ସ୍ମୃତି ଶକ୍ତି ଭଲ ରହିଥାଏ ବୋଲି ବିଶେଷଜ୍ଞଙ୍କ ମତ।
• ଅନିଦ୍ରା ରୋଗୀଙ୍କ ନିମନ୍ତେ ସବୁଠୁ ଉତ୍ତମ ଉପଚାର ହେଉଛି ରାତ୍ରି ଭୋଜନ ପୂର୍ବରୁ କିଛି ସମୟ ନିଜ ମନପସନ୍ଦର ପୁସ୍ତକ ପଢ଼ନ୍ତୁ। ସମୟକ୍ରମେ ଏହାର ସମାଧାନ ହୋଇଯିବ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।

Leave A Reply