୧୯ରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ

ଦ୍ୱାରଶୁଣି: ଆସନ୍ତା ୧୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ୫ଟି ବୁଥ୍‌ରେ ସାନି ମତଦାନ ଅନୁଷ୍ଠିତ ହେବ । ମୟୂରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ଭୁଗୁଡାକଟା, ପୂର୍ଣ୍ଣଚନ୍ଦ୍ରପୁର, ଖାବୁଆ, ଅଠାପଡ଼ା ବୁଥ୍‌ରେ ସାନି ମତଦାନ ହେବ ବୋଲି ସୂଚନା ମିଳିଛି । ସେହିପରି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଖାରୁଶୋଳରେ ମଧ୍ୟ ସାନି ମତଦାନ କରାଯିବ। ଏହି ସବୁ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଥିବାରୁ ମତଦାନ ହୋଇ ପାରିନଥିଲା । ୧୯ତାରିଖ ଦିନ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ।  ସୂଚନାଯୋଗ୍ୟ, ଚତୁର୍ଥ ପର୍ୟ୍ୟାୟ ନିର୍ବାଚନରେ ମୟୂରଭଞ୍ଜର ଲୋକସଭା ଆସନ ସହ ଏହା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ ହୋଇଥିଲା।

Comments are closed.