ମାଲକାନଗିରି ଓ ବ୍ରହ୍ମପୁରର ଦୁଇଟି ବୁଥ୍‌ରେ ସାନି ମତଦାନ ୧୮ରେ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟର ପୁନଃ ମତଦାନ ପାଇଁ ଥିବା ଦୁଇଟି ବୁଥରେ ଆସନ୍ତା ୧୮ ତାରିଖରେ ଭୋଟ ଗ୍ରହଣ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ଏଥିସହ ମାଲକାନଗିରି ଓ ବ୍ରହ୍ମପୁରର ଗୋଟିଏ ଲେଖାଏଁ ବୁଥରେ ଭୋଟ ଗ୍ରହଣ ହେବ।
ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖ ଦିନ ଭୋଟ ଗ୍ରହଣ ପରେ ମାଲକାନଗିରିର ଏମଭି ୬୫ ଓ ବ୍ରହ୍ମପୁରର ସିଟି ହାଇସ୍କୁଲ ବୁଥରେ ସାନି ମତଦାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତର ନିର୍ବାଚନ କମିଶନଙ୍କୁ ସୁପାରିସ କରିଥିଲେ। ଗୋଟିଏ ବୁଥରେ ଇଭିଏମ ଫିଙ୍ଗି ଦିଆଯାଇଥିବା ବେଳେ ଆଉ ଗୋଟିଏ ବୁଥରେ ପ୍ରିଜାଇଡିଂ ଅଫିସରଙ୍କର ତୃଟି ଥିବା ଜଣାପଡ଼ିଥିଲା। ସେଠାରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦେଶ ଦେବାପରେ ସେଠାରେ ପୁନଃ ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.