ଶେଷ ହେଲା ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକ

0

ମୁମ୍ବଇ : ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ଶେଷ ହୋଇଛି । ସୋମବାରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ୯ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା ।  ବୈଠକରେ କେଉଁ ବିଷୟରେ ଆଲୋଚନା ହୋଇଛି  ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ କେନ୍ଦ୍ର ସରକାର ଓ ଆରଆରବି ମଧ୍ୟରେ ଚାଲିଥିବା ମତଭେଦ ଦୃଷ୍ଟିରୁ ଏହି ବୈଠକ ଉପରେ ସମସ୍ତଙ୍କର ନଜର ରହିଛି ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍‌ଜିତ୍‌ ପଟେଲ୍‌ ଓ ତାଙ୍କର ସହଯୋଗୀମାନେ ସରକାର ଗଠନ କରିଥିବା ପରିଷଦ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ରିଜର୍ଭ ବ୍ୟାଙ୍କର ଏକ ପାନେଲ ତିଆରି କରି ସରକାରଙ୍କର ସହ ବିଭିନ୍ନ ପ୍ରସଙ୍ଗରେ ହେଉଥିବା ମତାନ୍ତର ବିଷୟରେ ତର୍ଜମା କରିବ ବୋଲି ନିଷ୍ପତି ନେଇଥିବା କଥା ଇଣ୍ଡିଆ ଟୁଡେର ଓ୍ୱେବସାଇଟ୍‌ରେ ଖବର ପ୍ରକାଶିତ ହୋଇଛି । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କୁ କିପରି ଅଧିକ ଋଣ ପ୍ରଦାନ କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଛି । ଏହା ପରେ ଉଭୟ ପକ୍ଷ ଏହି ବୈଠକ ବିଷୟରେ ଅଧିକ ତଥ୍ୟ ଉପସ୍ଥାପନ କରିବେ ବୋଲି ଆଶା କରାଯାଉଛି ।

Leave A Reply