ମାଆ ,ଝିଅକୁ ବାପାର ଛୁରା ମାଡ଼ ଅଭିଯୋଗ

ରାୟଗଡ଼ା: ରାୟଗଡ଼ା ସହର ଆନ୍ଧ୍ର ବ୍ୟାଙ୍କ ଗଳିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକର କଳହରୁ ମାଆ,ଝିଅକୁ ବାପା ଛୁରାମାଡ଼ କରିଥିବାର ଅଭିଯୋଗ ହୋଇଛି ।

 ସୂଚନା ଅନୁଯାୟୀ, ବାପା ପ୍ରତିଦିନ ଭଳି ନିଶାଶକ୍ତ ଅବସ୍ଥାରେ ଘରେ ଝଗଡ଼ା କରିବା ସହ  ସ୍ତ୍ରୀ ଓ ଝିଅକୁ ଛୁରା ମାଡ଼ କରିଥିଲା ।  ମାଆ, ଝିଅଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଆବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି  । ପୁଲିସ ଖବର ପାଇ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି ।

Comments are closed.