ଅଷ୍ଟ୍ରେଲିଆରେ ଅଧିକ ଅଭ୍ୟାସ ମ୍ୟାଚ ଆବଶ୍ୟକ : ରବି ଶାସ୍ତ୍ରୀ

0
106

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷରେ ୪-୧ରେ ସିରିଜ ପରାଜୟ ପରେ ଭାରେତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଆଗକୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରବି ଶାସ୍ତ୍ରୀ କହିଛନ୍ତି ଅଷ୍ଟ୍ରେଲିଆ ମ୍ୟାଚ ପୂର୍ବରୁ ଦଳକୁ ଅଧିକ ଅଭ୍ୟାସ ମ୍ୟାଚ ଖେଳିବାର ଆବଶ୍ୟକତା ରହିଛି। ଏନେଇ ସେ ବିସିସିଆଇକୁ ଅନୁରୋଧ ମଧ୍ୟ କରିଥିବା ଜଣାପଡିଛି। ଭାରତୀୟ ଦଳ ଇଂଲଣ୍ଡ ସହ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଗୋଟିଏ ମାତ୍ର ଅଭ୍ୟାସ ମ୍ୟାଚ ଖେଳିଥିଲା ଯାହାଦ୍ୱାରା ଦଳକୁ ୪-୧ରେ ପରାଜୟ ବରଣ କରିବାକୁ ପଡିଥିଲା। ତେଣୁ ଅଗକୁ ଏଭଳି ନହେବାପାଇଁ ଦଳକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ରବି ଶାସ୍ତ୍ରୀ କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଦଳ ଯେତେ ଅଧିକ ଅଭ୍ୟାସ ମ୍ୟାଚ ଖେଳିବ ତାହା ଦଳ ପାଇଁ ଭଲ ବୋଲି ଶାସ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here