ନିରୋଗ ରଖେ ରବି ପ୍ରଦୋଷ ବ୍ରତ ! ଜାଣନ୍ତୁ ପୂଜାର ବିଧି ଓ ମହତ୍ତ୍ବ

0

ଭଗବାନ ଶିବଙ୍କ କୃପା ପ୍ରାପ୍ତି ପାଇଁ ପ୍ରଦୋଷ ବ୍ରତ ପଳନ କରାଯାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି ବ୍ରତ ରବିବାର ଦିନ ପଡୁଥିବାରୁ ଏହାକୁ ରବି ପ୍ରଦୋଷ ବ୍ରତ କୁହାଯାଏ । ରବି ପ୍ରଦୋଷ ବ୍ରତ କରିବା ଦ୍ବାରା ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ପ୍ରତିମାସର ତୟୋଦଶୀ ତିଥିରେ ପ୍ରଦୋଷ ବ୍ରତ ପାଳନ କରାଯାଏ । ଏହି ବ୍ରତରେ ସନ୍ଧ୍ୟା ସମୟରେ ପୂଜା କରାଯାଏ । ସୂର୍ଯ୍ୟାସ୍ତ ର ୪୫ ମିନିଟ୍ ପୂର୍ବରୁ ଏବଂ ୪୫ ମିନିଟ୍ ପରେ ଭଗବାନ ଶିବଙ୍କ ଆରାଧନା କରାଯାଏ । ଏହି ବ୍ରତ କରିବା ଦ୍ବାରା ଭକ୍ତ ସର୍ବଦା ନିରୋଗ ରହିଥାଆନ୍ତି ।

ରବି ପ୍ରଦୋଷ ବ୍ରତ ଦିନ ଭଗବାନ ଶିବ ଓ ସୂର୍ଯ୍ୟଙ୍କ ପୂଜା କପରି କରିବେ ।

ଏହି ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶଯ୍ୟାତ୍ୟାଗ କରନ୍ତୁ ।
ସ୍ନାନାଦି ସାରି ହାଲକା ଧଳା ବା ଗୋଲାପ ରଙ୍ଗର ପୋଷାକ ପିନ୍ଧନ୍ତୁ ।
ସୂର୍ଯ୍ୟ ନାରାୟଣଙ୍କୁ ତମ୍ବା ଲୋଟାରେ ଜଳ ଓ ମହୁ ମିଶାଇ ଅର୍ଘ ଦିଅନ୍ତୁ ।
ସାରା ଦିନ ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ ।
ସନ୍ଧ୍ୟା ସମୟରେ ପ୍ରଦୋଷ କାଳରେ ଭଗବାନ ଶିବଙ୍କୁ ପଞ୍ଚାମୃତରେ ସ୍ନାନ କରାନ୍ତୁ ।
ଏହା ପରେ ଶୁଦ୍ଧ ଜଳରେ ସ୍ନାନ କରାଇ ଧୂପ ଓ ଦୀପ ଦେଇ ପୂଜା କରାନ୍ତୁ ।

ଦାମ୍ପତ୍ୟ ଜୀବନର ସୁଖ ପାଇଁ ୨୭ଟି ଲାଲ ଗୋଲାପ ଫୁଲ​କୁ ନାଲି ସୂତାରେ ଗୁଡାନ୍ତୁ । ଏହାକୁ ପତି-ପତ୍ନୀ ଉଭୟ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତୁ ।

ସରକାରୀ ଚାକିରି ପାଇଁ ପ୍ରଦୋଷ ବ୍ରତ ଦିନ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କୁ କଞ୍ଚା କ୍ଷୀରରେ ସ୍ନାନ କରାନ୍ତୁ ।

ହୃଦୟ ଜନିତ ସମସ୍ୟା ଥିଲେ ଧଳା ଚନ୍ଦନ ସହ ଗଙ୍ଗାଜଳ ମିଶାଇ ରବି ପ୍ରଦୋଷ ବ୍ରତ ଦିନ ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କ ମସ୍ତକରେ ଲେପ ଦିଅନ୍ତୁ ।

Leave A Reply