ରେଭେନ୍ସା ଛାତ୍ରର ସନ୍ଦେହଜନକ ମୃତ୍ୟୁ

0

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଜଗନ୍ନାଥ ଛାତ୍ରାବାସ (ଜେସି)ର ଜଣେ ଅନ୍ତେବାସୀଙ୍କ ବୁଧବାର ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକର ନାମ ସୌରଭ ନାୟକ ଓ ଘର ଫୁଲବାଣିରେ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ଆଇଟିଏମ୍‍ ବିଭାଗର ତୃତୀୟ ବର୍ଷର ଛାତ୍ର ଥିଲା। ବୁଧବାର ରାତି ପ୍ରାୟ ୧୧ଟା ବେଳେ ତା ମୁଣ୍ଡ ବୁଲୋଉଥିବା ନେଇ ସେ ଛାତ୍ରାବାସର ନିଜ ସାଙ୍ଗଙ୍କୁ କହିଥିଲା। ସାଙ୍ଗମାନେ ତାକୁ ଏସ୍‍ସିବି ବଡ଼ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଜଣାପଡି ନାହିଁ। ତେବେ କାଲି ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଜେସି ଛାତ୍ରାବାସ ୱାର୍ଡନ ଏବଂ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply