ସବୁ ଚ୍ୟାନେଲକୁ ରଥଯାତ୍ରାର ସିଧା ପ୍ରସାରଣର ଅନୁମତି

ପୁରୀ : ରଥଯାତ୍ରାରେ ସବୁ ଚ୍ୟାନେଲ ସିଧା ପ୍ରସାରଣ କରିବେ। କୌଣସି ଚ୍ୟାନେଲକୁ ସିଧା ପ୍ରସାରଣରୁ ବାଦ ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଚ୍ୟାନେଲମାନଙ୍କୁ ଶ୍ରୀମନ୍ଦିର ପାଣ୍ଠିକୁ କିଛି ଅର୍ଥ ଦେବାକୁ କୁହାଯିବ। ଏ ସମ୍ପର୍କରେ ଦୁଇ ଦିନ ଚ୍ୟାନେଲ ମୁଖ୍ୟଙ୍କୁ ଡାକି ଆଲୋଚନା କରାଯିବ ବୋଲି କୁହାଯାଇଛି। ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏ ସମସ୍ତ ସୂଚନା ଦେଇଛନ୍ତି। ‘ଫନି’ରେ ନୀଳଚକ୍ର ଓ ମୁଖ୍ୟ ମନ୍ଦିରର କୌଣସି କ୍ଷତି ହୋଇ ନ ଥିବା ଏଏସ୍‌ଆଇଙ୍କ ଦ୍ବାରା ଡ୍ରୋନ କ୍ୟାମେରାରୁ ଉଠା ଯାଇଥିବା ଫଟୋରୁ ସ୍ପଷ୍ଟ ହୋଇଛି। ରଥଯାତ୍ରା ବେଳେ ଶ୍ରୀମନ୍ଦିର ଭିତରେ କ’ଣ ମରାମତି ହେବ ତାହା ବୁଧବାର ଦିନ ନିର୍ଦ୍ଧାରଣ କରାଯିବ। ଜୟବିଜୟ ମୂର୍ତ୍ତିକୁ ପଥରରେ ନୂଆ ନିର୍ମାଣ କରାଯାଇଛି। ତାହାକୁ ଆସନ୍ତା ୧୬ ତାରିଖ ଦିନ ସଂସ୍ଥାପନ କରାଯିବ ବୋଲି ମୁଖ୍ୟ ପ୍ରସାଶକ ସୂଚନା ଦେଇଛନ୍ତି।

Comments are closed.