ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥଟଣା

0

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥ ଟଣା ହୋଇଛି। ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ହୋଇଥିଲା । ଆଜି ସକାଳେ ହଜାର ହଜାର ଭକ୍ତ ରଥାରୂଢ ପ୍ରଭୁଙ୍କ ଦର୍ଶନ କରିଥିଲେ । ଆଜି ଅପରାହ୍ନରେ ପ୍ରଥମେ ବଳଭଦ୍ରଙ୍କ ଓ ପରେ ମା ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହୋଇଛି। ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାଉସୀ ମା’ଙ୍କ ମନ୍ଦିରର ନିକଟବର୍ତ୍ତୀ ହୋଇ ସାରିଛନ୍ତିି। ଅଳ୍ପ କିଛି ସମୟ ପରେ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବେ। ଏହା ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। କେବଳ ମହିଳାମାନଙ୍କ ଦ୍ୱାରା ସୁଭଦ୍ରାଙ୍କ ରଥ ଟଣା ହୋଇ ଆସି ବାରିପଦା ଟାଉନ ଥାନା ନିକଟରେ ଅଟକି ରହିବେ । ଆସନ୍ତା କାଲି ସୁଭଦ୍ରାଙ୍କ ରଥ ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଅନୁଷ୍ଠିତ ହେବ।

ବାରିପଦାରେ ଏକ ନିଆରା ପରମ୍ପରା ଦେଖି ମିଳେ। ଏଠାରେ କେବଳ ମହିଳା ମାନଙ୍କ ଦ୍ୱାରା ହିଁ ସୁଭଦ୍ରାଙ୍କ ରଥ ଟଣା ହେବାର ବିଧି ରହିଛି। ଦୀର୍ଘ ୪୫୦ ବର୍ଷ ଧରି ଏହି ପରମ୍ପରା ଚଳି ଆସୁଛି। ପ୍ରାୟ ୧୯୭୫ ମସିହା ଠାରୁ ମହିଳାମାନେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣି ଆସୁଛନ୍ତି।

Leave A Reply