ରଥଯାତ୍ରା ସହ ଜଡିତ କିଛି ବିଶେଷ ତଥ୍ୟ

0

ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଭଗବାନ ଜଗନ୍ନାଥ ନିଜ ଭାଇ ଭଉଣୀଙ୍କ ସହ ରଥରେ ବିଜେ କରନ୍ତି। ଏହି ରଥର ଅନ୍ୟ ନାମ ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା ଦକ୍ଷିଣାଭିମୁଖୀ ଯାତ୍ରା, ଗୁଣ୍ଡିଚା ମହୋତ୍ସବ, ନବଦିନ ଯାତ୍ରା, ଦଶାବତାର ଯାତ୍ରା ଏବଂ ଆଡ଼ପ ଯାତ୍ରା ବୋଲି ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକକଥାରୁ ଜଣାପଡେ। ଏହି ପ୍ରସିଦ୍ଧ ଉତ୍ସବ ଦେଶ ବିଦେଶରେ ପ୍ରାୟ ଶତାଧିକ ସ୍ଥାନରେ ମହାସମାରୋହରେ ପାଳିତ କରାଯାଉଛି।

୧. ରଥଯାତ୍ରାରେ ପ୍ରଥମେ ପ୍ରଭୁ ବଳରାମଙ୍କ ରଥ, ପରେ ମା ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଜଗତରନାଥ ଜଗନ୍ନାଥଙ୍କ ରଥ ଯାତ୍ରା କରିଥାଆନ୍ତି।

୨. ଭଗବାନ ଜଗନ୍ନାଥଙ୍କ ରଥ ନାମ ନନ୍ଦିଘୋଷ, ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ରଥକୁ ଦର୍ପଦଳନ ବା ଦେବଦଳନ ନାମରେ ଜଣାଯାଏ।

୩. ଭଗବାନ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଉଚ୍ଚତା ୪୫.୬ ଫୁଟ, ବଳଭଦ୍ରଙ୍କ ତାଳଧ୍ୱଜ ରଥ ୪୫ ଫୁଟ ଉଚ୍ଚତା ଏବଂ ସୁଭଦ୍ରାଙ୍କ ଦେବଦଳନର ଉଚ୍ଚତା ୪୪.୬ ଫୁଟ।

୪. ଭଗବାନ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ରଙ୍ଗ ହଳଦିଆ ଓ ନାଲି ହୋଇଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥର ରଙ୍ଗ ସବୁଜ ଓ ନାଲି ଏବଂ ସୁଭଦ୍ରାଙ୍କ ରଥକଳା ଓ ନାଲି ରଙ୍ଗର ହୋଇଥାଏ।

୫. ଭଗବାନ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ଟି ଚକ ରହିଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୪ଟି ଚକ ଏବଂ ସୁଭଦ୍ରାଙ୍କ ଦେବଦଳନ ରଥର ୧୨ ଟି ଚକ ରହିଥାଏ।

୬. ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସାରଥୀ ଦାରୁକ ହୋଇଥିବା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥର ସାରଥୀ ମାଳତି ଏବଂ ଅର୍ଜୁନ ହେଉଛନ୍ତି ସୁଭଦ୍ରାଙ୍କ ଦେବଦଳନ ରଥର ସାରଥୀ ଅଟନ୍ତି।

Leave A Reply