ସମସ୍ତ ପ୍ରତୀକ୍ଷା ଶେଷ : ଦିନକ ପରେ ରଥ ଯାତ୍ରା ; ୧୪ରେ ଦର୍ଶନ ଦେବେ ମହାପ୍ରଭୁ

0

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଉ ଗୋଟିଏ ଦିନ ପରେ ରଥଯାତ୍ରା। ଓଡ଼ିଶାରେ ପାଳନ କରାଯାଉଥିବା ଏହା ହେଉଛି ସବୁଠାରୁ ଭବ୍ୟ ପର୍ବ। ଏହି ବିଶ୍ବ  ବିଖ୍ୟାତ  ପର୍ବ ନା କେବଳ ଓଡ଼ିଶା ବରଂ ବିଦେଶରେ ମଧ୍ୟ ପାଳନ କରାଯାଏ। ରଥ ଯାତ୍ରାରେ ଭାଗ ନେବା ପାଇଁ ପୁରୀରେ ଶଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି।

ଗୁଣ୍ଡିଚା ମନ୍ଦିର ମହାପ୍ରଭୁଙ୍କୁ ସ୍ବାଗତ କରିବା ପାଇଁ ସଜେଇ ​‌ହୋଇ ରହିଛି। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ,ଭାଇ ବଳଭଦ୍ର, ଆୟୁଧ ସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ନଅ ଦିନ ରହିବା ପରେ ପୁଣି ବଡ଼ ଦେଉଳକୁ ବାହୁଡି ଥାଆନ୍ତି। ଯାହାକୁ ବାହୁଡା ଯାତ୍ରା କୁହାଯାଏ।

ଜଗନ୍ନାଥଙ୍କ ରଥର ଉଚ୍ଚତା ୪୫ ଫୁଟ୍, ବଳଭଦ୍ରଙ୍କ ରଥ ୪୪ ଫୁଟ୍ ଏବଂ ସୁଭଦ୍ରାଙ୍କ ରଥର ଉଚ୍ଚତା ହେଉଛି ୪୩ ଫୁଟ୍। ପ୍ରାଚୀନ ମାନ୍ୟତା ଅନୁସାରେ ଆଦି ଶଙ୍କରାଚାର୍ଯ୍ୟ ପୁରୀରେ ଗୋବର୍ଦ୍ଧନ ପୀଠ ସ୍ଥାପନ କରିଥିଲେ। ଯାହାକୁ ଭାରତର ଚାରିଧାମ ମଧ୍ୟ ଗୋଟିଏ ଧାମ କୁହାଯାଏ। ଯୁଗ ଯୁଗ ଧରି ପୁରୀରେ ଶ୍ରଦ୍ଧା ଓ ଭକ୍ତିର ସହିତ ରଥଯାତ୍ରା ପାଳନ କରାଯାଉଛି।

Leave A Reply