ନିଜେ ଭିଜିଲେ; ଭକ୍ତଙ୍କୁ ଭିଜାଇଲେ

0

ପୁରୀ: ରଥରେ ବସି ଭିଜିଲେ ଚତୁର୍ଦ୍ଧାମୂର୍ତ୍ତି। ଭକ୍ତଙ୍କୁ ବି ଭିଜାଇଲେ। କିନ୍ତୁ କେହି କାହାକୁ ଛାଡ଼ିପାରିଲେ ନାହିଁ। ଲଗାଣ ବର୍ଷା ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କଲା। ବର୍ଷାଭିଜା କାଳିଆ ଠାକୁରଙ୍କୁ ଦର୍ଶନ କରି ବିଭୋର ହେଲେ ଭକ୍ତ। ଏଭଳି ଅବସ୍ଥା ସୋମବାର ଦେଖିବାକୁ ମିଳିଛି ଶରଧାବାଲିରେ। ଲଗାଣ ବର୍ଷାରେ ରଥାରୂଢ ମହାପ୍ରଭୁ ଭିଜିଯାଇଛନ୍ତି। ତାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଅଟକାଇବାରେ ସମର୍ଥନ ହୋଇପାରିନାହିଁ ଲଘୁଚାପ ବର୍ଷା। ଆଣ୍ଠୁଏ ପାଣିଭିତ​‌େର ପଶି ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଦେଖିବାପରେ ମନରୁ ସବୁ ଦୁଃଖକଷ୍ଟ​‌ ଦୂରେଇ ଯାଇଛି। କାଳିଆ ଠାକୁରଙ୍କ ଚକା ଚକା ଆଖିର ଆକର୍ଷଣ ଆତ୍ମହରା କରିଦେଇଛି। ଜୟ ଜଗନ୍ନାଥ ଧ୍ବନିରେ କମ୍ପିଉଠିଛି ରଧାବାଲି। ବର୍ଷାକୁ ଖାତର ନକରି ସଂକୀର୍ତ୍ତନ ପରିବେଷଣ କରୁଛନ୍ତି ସାଧୁସନ୍ଥ। ସତେଯେପରି ଏହି ସମ୍ପର୍କ ଯୁଗ ଯୁଗର। ପରଂବ୍ରହ୍ମଙ୍କ କରୁଣା ଥରେ ଯିଏ ପାଇଛି ଛୁଟିଆସୁଛି ଶ୍ରୀକ୍ଷେତ୍ରକୁ। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଖରା ହେଉବା ବର୍ଷା କେବେ ପ୍ରାଚୀର ଭାବେ ଛିଡା ହୋଇନାହିଁ।

Leave A Reply