ବୌଦ୍ଧ ଜିଲାରୁ ରଥକାଠ ଅନୁକୂଳ

0

ହରଭଙ୍ଗା : ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକରେ ଦ୍ୱିତୀୟ ଥର ପାଇଁ ନୂତନ ରଥ କାଠ ଅନୁକୂଳ ହୋଇଛି। ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ଫରେଷ୍ଟ ରେଞ୍ଜର ବଦଲା ବର୍ଡ଼ର ନିକଟରେ ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ କରାଯାଇଛି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ପାଞ୍ଚ ଜଣିଆ କମିଟି ରଥକାଠ ଚିହ୍ନଟ ପାଇଁ ସେଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ, ଭୋଇ ସେବକ କାର୍ତ୍ତିକ ଭୋଇ, ୱାର୍କ ସରକାର କୁଞ୍ଜ ଭୋଇ ପ୍ରମୁଖ ଥିଲେ। ସେମାନେ ଠାକୁରଙ୍କ ନାଗିମାଳ ଧରି ଆସିଥିଲେ। ମାଧପୁର ସ୍ଥିତ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରିବା ପରେ ନୂତନ ରଥକାଠ ଚିହ୍ନଟ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଡିଏଫଓ ଯଶୋବନ୍ତ ସେଠୀ, ବୌଦ୍ଧ ଏସସିଏଫ୍‍ ଦିଲ୍ଲୀପ ସିଂ, ମାଧପୁର ରେଞ୍ଜର ଭରତ ଚନ୍ଦ୍ର ସାହୁ ପ୍ରମୁଖ ପୂଜାରେ ସାମିଲ ଥିଲେ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ପ୍ରଥମ ଥର ପାଇଁ ଏଠାରୁ ରଥକାଠ ପୁରୀ ଯାଇଥିଲା।

Leave A Reply