ଶୁକ୍ରବାର ରାଶିଫଳ

0

ମେଷ: ବିବାଦୀୟ ପରିସ୍ଥିତି ଉପୁଜିବାର ସୂଚନା ମିଳୁଛି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟାବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ମନଯୋଗୀ ହେବେ। ଖେଳରେ ସତର୍କ ରହିବେ।

ବୃଷ: ମିତ୍ର ଲାଭର ସୁଯୋଗ ଅଛି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ବ୍ୟବସାୟରୁ ଲାଭ ମିଳିବ। ସେବା ମନୋଭାବ ରହିବ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।

ମିଥୁନ: ନିବିଡ଼ ବନ୍ଧୁତାରେ ବାନ୍ଧି ହୋଇପାରନ୍ତି। ଧୈର୍ଯ୍ୟଧରି କାର୍ଯ୍ୟ କରିବାକୁ ପଡ଼ିବ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶତ୍ରୁ ଦମନ କରିପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ। ବିଦ୍ୟାର୍ଥୀ ସୁଖୀ ହେବେ।

କର୍କଟ: ଅପ୍ରିୟ ପରିସ୍ଥିତିକୁ ଏଡ଼ାଇ ଯାଇପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହେବ। ବିଭିନ୍ନ ଦିଗରୁ ଆର୍ଥôକ ସ୍ରୋତ ବହିବ। ତେଜୀୟାନ ହେବେ। ବିଦ୍ୟାର୍ଥୀଙ୍କ ଶ୍ରମ ସାର୍ଥକ ହେବ।

ସିଂହ: ହଠାତ୍‌ କଳହର ସମ୍ମୁଖୀନ ହୋଇପାରନ୍ତି। ଉଦାର ପ୍ରବୃତ୍ତି ଓ ଦାନଶୀଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି। ବିଦ୍ୟାର୍ଥୀ ଚଞ୍ଚଳ ଚେଷ୍ଟିତ ହେବେ।

କନ୍ୟା: ଉଚ୍ଚ ମହଲରେ ପରିଚିତ ହେବେ। ପରିଶ୍ରମର ଉଚିତ୍‌ ମୂଲ୍ୟ ମିଳିବ। ମଧୁରଭାଷୀ ହେବେ। କଫ ଜନିତ ପୀଡ଼ା ଭୋଗିପାରନ୍ତି। ମନ ପ୍ରସନ୍ନ ରହିବ। ଭାଇମାନଙ୍କ ଠାରୁ ଆଦର ପାଇବେ। ବିବାଦରେ ବିଜୟୀ ହେବେ। ବିଦ୍ୟାର୍ଥୀ ଖୁସି ହେବେ।

ତୁଳା: ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟବାନ୍‌ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ପରିଗଣିତ ହେବେ। ସହନଶୀଳ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ମିତ୍ର ସୁଖ ମିଳିପାରେ। ବିଦ୍ୟାର୍ଥୀ ଉଦାର ବିଦ୍ୟାପ୍ରେମୀ ହେବେ।

ବିଛା: ନିଜ ପରିବେଶର ପରିବର୍ତ୍ତନ ଘଟାଇବାରେ ସକ୍ଷମ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଭଲ ରୋଜଗାର ହେବ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ୟାର୍ଥୀଙ୍କ ଶୁଭଫଳ।

ଧନୁ: ଅଧିକ ବ୍ୟୟର ସମ୍ମୁଖୀନ ହେବେ। ସୁଖ ସନ୍ତୋଷ ଲାଭ କରିପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। କଥାବାର୍ତ୍ତା ସ୍ନେହପୂର୍ଣ୍ଣ ରହିବ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ସାହସୀ ହେବାର ସୂଚନା ମିଳୁଛି। ବିଦ୍ୟାର୍ଥୀ ଜ୍ଞାନୀ ହେବେ।

ମକର: ଲୋଭଗ୍ରସ୍ତ ହେଲେ କ୍ଷତିଗ୍ରସ୍ତ ହେବେ। ସତ୍‌ମାର୍ଗରେ ଗଲେ ଧନଲାଭ ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ। ଚଞ୍ଚଳ ଚେଷ୍ଟିତ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।

କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳମର୍ଯାଦା ରକ୍ଷା କରିବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ। କୀର୍ତ୍ତିମାନ ହେବେ। ବିଦ୍ୟାର୍ଥୀ କୃତିତ୍ୱ ଅର୍ଜନ କରିବେ।

ମୀନ: ସେବା ଧର୍ମକୁ ଗ୍ରହଣ କରିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମାତ୍ମା ଓ ପ୍ରବାସ ପ୍ରିୟ ହେବେ। ବିଦ୍ୟାର୍ଥୀ ଆଗେଇବେ।

Leave A Reply