ମଙ୍ଗଳବାର ରାଶିଫଳ

0

ମେଷ: ବନ୍ଧୁ ସହାୟତା ମିଳିପାରେ; ତଥାପି ମନରେ ନୈଶ୍ୟଭାବ ଦେଖାଦେବ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ରାଜତୁଲ୍ୟ ଶ୍ରେଷ୍ଠତା ମିଳିପାରେ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଧନଲାଭ ହୋଇପାରେ।
ବୃଷ: ବ୍ୟବସାୟରୁ ସ୍ୱଳ୍ପ ଲାଭ ହୋଇପାରେ। ଭ୍ରମଣ ଯୋଗ ଅଛି। ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ। ସମ୍ବର୍ଦ୍ଧିତ ହେବେ।
ମିଥୁନ: ଧନଲାଭ ହୋଇପାରେ। ବିଭିନ୍ନ ସାହାଯ୍ୟପ୍ରାପ୍ତ ହୋଇପାରନ୍ତି। କାର୍ଯ୍ୟରେ ସ୍ୱଚ୍ଛତା ପାଇବେ। ଗୁରୁ କୃପା ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ମାନ ସମ୍ମାନ ବୃଦ୍ଧି ହେବ। ଦାମ୍ପତ୍ୟ ସୁଖ ମିଳିବ।
କର୍କଟ: ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ। ଉପୁଜିଥିବା ସମସ୍ୟାର ସମାଧାନ ହେବ। ଶୁଭ ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶାନ୍ତି ସନ୍ତୋଷ ଲାଭ କରିବେ। ଚଞ୍ଚଳ ଚେଷ୍ଟିତ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
ସିଂହ: ସବୁ ବାଧାବିଘ୍ନକୁ ଏଡାଇ କାର୍ଯ୍ୟ ହାସଲ କରିପାରନ୍ତି। ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପାଦେୟ ହେବ। ସମସ୍ୟା ଥାଇ ମଧ୍ୟ ସଫଳତା ମିଳିବ। ଚଞ୍ଚଳ ଚେଷ୍ଟିତ ହେବେ। କୃଷିକ୍ଷେତକୁ ସଜାଡ଼ିବେ। ଯାନବାହନ ସୁଖ ମିଳିପାରେ।
କନ୍ୟା: ଦେବଦର୍ଶନ ଆନନ୍ଦଦାୟକ ହେବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖ ମିଳିବ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ତୁଳା: ଲୋଭଗ୍ରସ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ତ୍ୟାଗଶୀଳ ହୋଇପାରନ୍ତି। ନୀତିନିଷ୍ଠ ଭାବେ ଜନସାଧାରଣଙ୍କର ଆଦରଣୀୟ ହେବେ। ଚଞ୍ଚଳମନା ହେବେ। ଅତି ସୁଖୀ ହୋଇପାରନ୍ତି।
ବିଛା: କର୍ତ୍ତବ୍ୟ ନିଷ୍ଠ ହେବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ପରିବାର ସମୃଦ୍ଧିରେ ସହାୟକ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଉଚ୍ଚଆଶା ଫଳବତୀ ହୋଇପାରେ।
ଧନୁ: ସହକର୍ମୀଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ବିଖ୍ୟାତ କୀର୍ତ୍ତି ସ୍ଥାପନ କରିବେ। ନିଜ ବୁଦ୍ଧି ବଳରେ ଅସାଧ୍ୟ ସାଧନ କରିପାରନ୍ତି। ବହୁ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ପାଇ ଆନନ୍ଦିତ ହୋଇପାରନ୍ତି। ଧନାଗମ ହେବ। ସାମର୍ଥ୍ୟ ପ୍ରକାଶ ପାଇବ।
ମକର: ଅନୁଗତମାନଙ୍କ ଦ୍ୱାରା ଲାଭବାନ ହେବେ। ମନ ଚଞ୍ଚଳ ରହିବ। ଚିନ୍ତାଧାରା ବିକ୍ଷିପ୍ତ ହେବ। ରୋଜଗାର ଯଥେଷ୍ଟ ପରିମାଣର ହେବ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ହେବ।
କୁମ୍ଭ: ଆୟ ଆଶାନୁରୂପ ହୋଇପାରେ। ବନ୍ଧୁ କିମ୍ବା ବିଭାଗୀୟ ସହାୟତା ପାଇ ଲାଭବାନ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଗୃହର ପରିବେଶ ପ୍ରଦୂଷଣମୁକ୍ତ ହେବ। କୀର୍ତ୍ତିମାନ ହେବେ। ଗୁଣଯୁକ୍ତ ହେବେ।
ମୀନ: ବିପଦ ଟଳି ଯାଇ ଆଶ୍ୱସ୍ତ ହେବେ । ଶୁଭଖବର ପାଇ ଖୁସି ହେବେ। ଚିତ୍ତ ପ୍ରସନ୍ନ ରହିବ। ସ୍ଥାନାଧିକାର କରିପାରନ୍ତି। ସମୃଦ୍ଧିର ମୂଳଦୁଆ ପଡ଼ିବ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

Leave A Reply