ଗୁରୁବାର ରାଶିଫଳ

0

ମେଷ: ପରୋପକାରୀ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଧର୍ମାତ୍ମା ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଦାମ୍ପତ୍ୟ ଜୀବନ ସୁଖ ପ୍ର୍ରଦ ହେବ।
ବୃଷ: ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଭାଗ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ।
ମିଥୁନ: ଯାନବାହନ କିଣିବାର ସୁଯୋଗ ଅଛି। ସୁଖ ସନ୍ତୋଷ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ବେଳେବେଳେ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଧୈର୍ଯ୍ୟବାନ ହେବେ।
କର୍କଟ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ମନୋବଳ ଦୃଢ଼ ରହିବ। ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବଳଶାଳୀ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ।
ସିଂହ: ଆର୍ଥିକ ସ୍ଥିତିରେ ଦ୍ରୁତ ଉନ୍ନତି ଘଟିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି।
କନ୍ୟା: ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ତୁଳା: ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ, ସାହସୀ ହେବେ। ସାନଭାଇମାନଙ୍କ ଠାରୁ ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ ହୋଇପାରନ୍ତି।
ବିଛା: ସାରାଦିନଟି କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ଭାଗ୍ୟବାନ ହେବେ। ବିଶିଷ୍ଟ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।
ଧନୁ: କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ମନ ବଳାଇପାରନ୍ତି। ଯୁଦ୍ଧ ବା ମୋକଦ୍ଦମାରେ ବିଜୟୀ ହୋଇ ତତ୍ସଂଲଗ୍ନ ଧନଲାଭ ହେବ। ବିଦ୍ୱାନ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ।
ମକର: ଯାତ୍ରାଦିରେ ବନ୍ଧୁଙ୍କ ସହ ମିଳିତ ହୋଇପାରନ୍ତି। ଥଣ୍ଡା କଫଜନିତ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଏକାନ୍ତ ପ୍ରିୟ ଓ ନେତ୍ର ପୀଡ଼ା ଅନୁଭବ କରିବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ।
କୁମ୍ଭ: ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଯଶସ୍ୱୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ସରକାରୀ ଅର୍ଥ ମିଳିପାରେ।
ମୀନ: କୁଳଦୀପକ ହୋଇ ପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ସୁଖୀ ହୋଇପାରନ୍ତି। ପରିବାର ପ୍ରତି ସ୍ନେହ ସଦିଚ୍ଛାଭାବ ରହିବ। ସୁଖୀ ହେବେ।

Leave A Reply