ମଙ୍ଗଳବାର ରାଶିଫଳ

0

ମେଷ: ଇଚ୍ଛା କଲେ କର୍ମଧାରାର ପରିବର୍ତ୍ତନ କରାଇ ପାରନ୍ତି। ଉଦାର ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ଦାନଶୀଳ ହେବେ। ନିର୍ମଳ ଚରିତ୍ରବ୍ରତାର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭ ଉଠାଇ ପାରନ୍ତି।
ବୃଷ: ରୋଜଗାର ବୃଦ୍ଧି ହେବାର ସୂଚନା ମିଳୁଛି। ରୋଜଗାର ଊଣା କରିବାକୁ ପ୍ରତିବାଦୀ ଉଦ୍ୟମ ଚଳାଇବେ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତି ସମ୍ପନ୍ନ ହେବେ। ବ୍ୟକ୍ତିତ୍ବର ପରିଚୟ ଦେବେ। ଧାର୍ମିକ, ବନ୍ଧୁପ୍ରେମୀ, ବିଦ୍ବାନ ହେବେ।
ମିଥୁନ: ଆୟ ମଧ୍ୟମ ଧରଣର ହେବ। ଲୋଭଗ୍ରସ୍ତ ହୋଇପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ପୂଜନୀୟ ହୋଇପାରନ୍ତି। ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ।
କର୍କଟ: ସୁଖ ଶାନ୍ତି ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହେବେ। ବଳଶାଳୀ ହୋଇପାରନ୍ତି। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ସରକାରୀ କୃପାଲାଭ କରିବେ।
ସିଂହ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚଞ୍ଚଳ ସ୍ବଭାବର ହୋଇପାରନ୍ତି। ସ୍ନେହୀ ଓ ମିଷ୍ଟଭାଷୀ ହେବେ। ରାଜଯୋଗ ପ୍ରାପ୍ତି ଆଶାକରାଯାଏ। ଆୟଠାରୁ ବ୍ୟୟ ଅଧିକ ହୋଇପାରେ। ସାହସୀ, ଜ୍ଞାନୀ ହେବେ।
କନ୍ୟା: ପରିବେଶକୁ ସ୍ବଚ୍ଛ ଓ ନିର୍ମଳ କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ଗ୍ରହଣ କରିବେ। ସରକାରୀ କୃପାଲାଭ କରିବା ସହିତ ଧନପ୍ରାପ୍ତ ହେବାର ସୂଚନା ମିଳୁଛି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସୁଖୀ ହେବେ।
ତୁଳା: ଆୟ ଯଥେଷ୍ଟ ପରିମାଣର ହେବ। କୁଳଦୀପକ ହୋଇପାରନ୍ତି। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ। ଯଶସ୍ବୀ ହୋଇପାରନ୍ତି।
ବିଛା: ପରିବେଶ ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ ରହିବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଅର୍ଥ ଲାଭ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ।
ଧନୁ: ସୁ-ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ଲାଭ ପାଇବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମକର: ଶିକ୍ଷା ଓ ଅଭିଜ୍ଞତା ବୃଦ୍ଧି ହେବ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ମନରେ ଅହଂଭାବ ପୋଷଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ପାରିବାରିକ ଓ ବନ୍ଧୁସୁଖ ମିଳିବ।
କୁମ୍ଭ: ବନ୍ଧୁବର୍ଗଙ୍କ ଦ୍ବାରା ଉପକୃତ ହେବେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିପାରନ୍ତି।
ମୀନ: ମନରେ ଉଦ୍‌ବେଗ ଜାତ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହେବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ବୀ ହୋଇପାରନ୍ତି। ଜଣେ ଉତ୍ତମ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ଆଦର ପାଇବେ।

Leave A Reply