ମଙ୍ଗଳବାର ରାଶିଫଳ

0

ମେଷ: ସେବାମୂଳକ କାର୍ଯ୍ୟରେ ଆଗ୍ରହୀ ହେବେ। ପରିଶ୍ରମର ମୂଲ୍ୟ ମିଳିବ। ପ୍ରୀତିଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ନାନା ବିଭବରେ ମଣ୍ଡିିତ ହୋଇପାରନ୍ତି। ଗୌରବାନ୍ୱିତ ହେବେ।

ବୃଷ: ଜଣେ ନିରଳସ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ଦାନ-ଧର୍ମକୁ ପାଥେୟ କରି କର୍ମ ପଥରେ ଅଗ୍ରସର ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିଳନ ଘଟି ପାରେ। ହର୍ଷିତ ମନବୃତ୍ତି ରହିବ। ଅର୍ଥ ପ୍ରାପ୍ତ ହେବ।

ମିଥୁନ: ମାନସିକ ଭାରସାମ୍ୟ ରଖିବାକୁ ଚେଷ୍ଟା କରିବେ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ନାନା ସମସ୍ୟାର ସମ୍ମୁଖୀନ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ପରୋପକାରୀ ହେବେ।

କର୍କଟ: ନିର୍ଲୋଭ ହେଲେ ଜନସମାଜରେ ଆଦରଣୀୟ ହେବେ। ମିତ୍ର ଲାଭର ସୂଚନା ମିଳୁଛି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶ୍ରେଷ୍ଠମାନ୍ୟତା ମିଳିଲେ ବି ପୁଣ୍ୟ ଓ ଧନକ୍ଷୟ ହେବାର ସମ୍ଭାବନା ଅଛି। ଧର୍ମାସକ୍ତ ହେବେ।

ସିଂହ: ବନ୍ଧୁ ସହଯୋଗ ମିଳିପାରେ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁନାଶ କରିପାରନ୍ତି। ସମ୍ମାନ, ଧନ, ଯାନବାହନାଦି ସୁଖ ଭୋଗ ଲାଭ ହେବ। ସରକାରଙ୍କ ଅନୁଗ୍ରହରୁ ଧନ ସମ୍ପଦ ଲାଭ ହୋଇପାରେ।

କନ୍ୟା: ଅର୍ଥ ପ୍ରାପ୍ତିର ପରିପୂର୍ଣ୍ଣ କରିପାରନ୍ତି। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ପାରିବାରିକ ସୁଖ ଅବ୍ୟାହତ ରହିବ। ବ୍ୟବସାୟ ଲାଭଜନକ ହେବ। ବିଭାଗୀୟ ସ୍ତରରୁ ସମ୍ମାନିତ ହେବେ। ସର୍ବତ୍ର ସୁଖ ମିଳିବ। ବିବାଦରେ ବିଜୟ ଲାଭ କରିବେ।

ତୁଳା: ମାନସିକ ସ୍ତରରେ ଦ୍ୱନ୍ଦ୍ୱ ଉପୁଜିପାରେ। ବାଦ-ବିବାଦର ସମ୍ମୁଖୀନ ହେବେ। ଚିନ୍ତାଗ୍ରସ୍ତ ହୋଇ ପାରନ୍ତି। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ମହାନ୍‍ ବ୍ୟକ୍ତି ଭାବେ ରାଜବଂଶ ପୂଜିତ ହେବେ।

ବିଛା: ନିଜର ଦାବି ଉପସ୍ଥାପିତ କରିପାରନ୍ତି। କର୍ମକ୍ଷେତ୍ରରେ ନିଜର ପାରଦର୍ଶିିତା ପ୍ରତିପାଦନ କରିପାରନ୍ତି। ଅର୍ଥ ଲାଭ ହୋଇପାରେ। ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରିୟଭାଷୀ ଧନ ଓ ଯାନ ବାହନଯୁକ୍ତ ହେବା ଆଶାକରାଯାଏ।

ଧନୁ: ନିଜର କାର୍ଯ୍ୟଶୈଳୀ ଓ ପରିଚାଳନା ପାଇଁ ପୁରସ୍କୃତ ହୋଇପାରନ୍ତି। ଆଳସ୍ୟ ପରିତ୍ୟାଗ କରି ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ହସଖୁସିରେ ଦିନଟି ଅତିବାହିତ କରିପାରନ୍ତି। ସହଜରେ କାର୍ଯ୍ୟ ହାସଲ କରି ଆତ୍ମସନ୍ତୋଷ ଲାଭ କରିବେ।

ମକର: ରୋଜଗାର ଆଶାନୁରୂପ ହେବ। ସମ୍ମାନିତ ହେବା ଆଶା କରାଯାଏ। ବ୍ୟବସାୟ ଲାଭଜନକ ହୋଇପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଧନବାନ୍‍, ଗୁଣଯୁକ୍ତ ଉପାର୍ଜନକାରୀ ହେବେ।

କୁମ୍ଭ: ଗୃହକାର୍ଯ୍ୟରେ ମନୋନିବେଶ କରିବେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ପ୍ରତାରକମାନଙ୍କ ପ୍ରତି ସତର୍କ ରହିବେ। ମଧୁରଭାଷୀ ହୋଇପାରନ୍ତି। କର୍ମରେ ସଫଳତା ମିଳିବ। ଉଚ୍ଚଆଶା ଫଳବତୀ ହେବ। ଭ୍ରାତୃ ସ୍ନେହୀ ହୋଇପାରନ୍ତି।

ମୀନ: ବ୍ୟବସାୟରୁ ଲାଭ ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ମନରେ ସରସତା ଆସିବ। ଚିନ୍ତାଧାରା ଉନ୍ନତମାନର ହେବ। ଲୋକପ୍ରିୟତା ଅର୍ଜନ କରି ସନ୍ତୁଷ୍ଟ ହେବେ। କରିତ୍‍କର୍ମା ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

Leave A Reply