ଶନିବାର ରାଶିଫଳ

0

ମେଷ: ସୁଖ ସନ୍ତୋଷ ଲାଭ କରିପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ଉନ୍ନତି ପଥରେ ଆଗୁ ସାର ହେବେ। କାର୍ଯ୍ୟ ସିଦ୍ଧି ହେବ। ମନରେ ପ୍ରସନ୍ନତା ଆସିବ। ଶାସ୍ତ୍ରଜ୍ଞ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ରାଜପୂଜା ପାଇବେ।

ବୃଷ: ଜଟିଳ କାର୍ଯ୍ୟର ସମାଧାନ କରିପାରନ୍ତି। ବିଚାର, ବିମର୍ଶରେ କାର୍ଯ୍ୟ କଲେ ସଫଳତା ମିଳିବ। ଆନନ୍ଦ, ଉତ୍ସବ ଲାଗି ରହିବ। ପ୍ରଭାବ ବିସ୍ତାର କରିପାରନ୍ତି। ପତ୍ନୀଙ୍କ ଅସୁସ୍ଥତା ଉପରେ ଧ୍ୟାନ ଦେବେ।

ମିଥୁନ: ପ୍ରଭୁତ୍ୱ ବିସ୍ତାର କରିପାରନ୍ତି। ସଦା-ସର୍ବଦା ଶାସ୍ତ୍ର ଗବେଷଣା କରି ସର୍ବ ସୁଖ ମିଳିବାର ସୂଚିତ ହେଉଛି। ସୁବକ୍ତା ହେବେ। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ପଦ-ପଦାଦିରେ ପରିଗଣିତ ହେବେ।

କର୍କଟ: ପାରିବାରିକ ଶାନ୍ତି ମିଳିବ। ଭୁଲ ବୁଝାମଣା ଯୋଗୁଁ ମନରେ ଉଦ୍‍ବେଗ ଜାତ ହୋଇପାରେ। ବିଭୁ କୃପା ଲାଭ କରିବେ। ଦେବ-ଗୁରୁଙ୍କ ସେବାରେ ନିଜକୁ ଉତ୍ସର୍ଗ କରିପାରନ୍ତି। କୃପା ନିଧାନ ହେବା ଆଶା କରାଯାଏ।

ସିଂହ: ମହିଳାମାନେ ଆତ୍ମ ନିର୍ଭରଶୀଳ ହେବେ। ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଶୁଭ ସମ୍ବାଦ ପାଇ ଖୁସି ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଗୁରୁଜନଙ୍କର କୃପାର ପାତ୍ର ହେବେ। ସୁଖୀ ହେବେ।

କନ୍ୟା: ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ। ଆଶାବାଦୀ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବନ୍ଧୁ ମିଳନ ଘଟିବ। ତେଜୀୟାନ ହୋଇପାରନ୍ତି। ଜନବଲ୍ଲଭ ଭାବେ ପରିଗଣିତ ହେବେ।

ତୁଳା: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ନୈତିକ ବଳରେ ବଳୀୟାନ ହୋଇ ସମାଜରେ ଆଦର ଲାଭ କରିବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାର ବା ବନ୍ଧୁ ସହାୟତାରେ ଲାଭବାନ ହେବେ।

ବିଛା: ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଅପଦସ୍ତ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। କ୍ଲାନ୍ତି ଅନୁଭବ କରିବେ। ମିଷ୍ଟଭାଷୀ ହୋଇ ପରକୁ ଆପଣାର କରିପାରନ୍ତି। ଚକ୍ଷୁ ପୀଡ଼ା ଉପୁଜି ପାରେ। ଧର୍ମ କାର୍ଯ୍ୟରେ ଲିପ୍ତ ହେବେ।

ଧନୁ: ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି କରିପାରନ୍ତି। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବାର ସୂଚନା ମିଳୁଛି। କରିତ୍‍କର୍ମା ହେବେ। ହାତର ସ୍ପର୍ଶ ପଥରକୁ ସୁନାରେ ପରିଣତ କରି ଯଶ ରଖିବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।

ମକର: ଦିଅଁ ଦର୍ଶନ କରିବାର ସୁଯୋଗ ଅଛି। ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ। ଧନଲାଭର ସୂଚନା ମିଳୁଛି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଉପୁଜିଥିବା ସମସ୍ୟାର ସମାଧାନ ହେବ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି।

କୁମ୍ଭ: ପରୋପକାରୀ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ମହିଳାଙ୍କ ନିଷ୍ଠାପର ସହାୟତାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସହଜରେ ସଂପାଦନ କରିବେ। ବୁଦ୍ଧିମାରନର କାର୍ଯ୍ୟ କରି ନିଜର ମହାନତା ବଜାୟ ରଖିବାକୁ ସକ୍ଷମ ହେବେ।

ମୀନ: କାର୍ଯ୍ୟକ୍ଷେତ୍ରକୁ ଆୟତ୍ତାଧୀନ କରିବା କଷ୍ଟକର ହୋଇପାରେ। ପାରିବାରିକ ଘଟଣାରେ ଦୁଃଖିତ ହେବେ। ସାମୟିକ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।

Leave A Reply